ମୁରିବାହାଲ, (୧୬/୧୦) : ଆପ୍ର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ +୨ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆକର୍ଷଣୀୟ ସ୍ୱାଗତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।
ଏହି ସମାରୋହରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦ ଛାତ୍ରଛାତ୍ରୀଙ୍କୁ ନୂତନ ଶିକ୍ଷା ଜୀବନ ପାଇଁ ପ୍ରେରଣାଦାୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ବରିଷ୍ଠ ଅଧ୍ୟାପକ ସଦାନନ୍ଦ ପ୍ରଧାନ (ଇଂରାଜୀ ବିଭାଗ) ଏବଂ ଶ୍ରୀମତୀ ଭବାନୀ ପୋଢ଼ (ଓଡ଼ିଆ ବିଭାଗ) ଛାତ୍ରଛାତ୍ରୀଙ୍କୁ ସଫଳତା ପାଇଁ ଦିଗଦର୍ଶନ ଦେଇଥିଲେ । ଜୀବ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ପୁନମରାଣୀ ରଥ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିବା ବେଳେ ଇଂରାଜୀ ବିଭାଗର ଅଧ୍ୟାପକ ବିକ୍ରମ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଉତ୍ସାହ, ଶୃଙ୍ଖଳା ଓ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ସମାରୋହଟି ସ୍ମରଣୀୟ ହୋଇଥିଲା ।



