Homelocalମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ଜୟଦେବ ଷାଣ୍ଢଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ଜୟଦେବ ଷାଣ୍ଢଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (୦୧/୧୦) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ଜୟଦେବ ଷାଣ୍ଢ ବୁଧବାର ନିଜ ଦୀର୍ଘ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କୁ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସଭାପତିତ୍ୱରେ ତଥା ଅଧ୍ୟାପିକା ପୂଜାରାଣୀ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁରିବାହାଲ ଯୁକ୍ତ ଦୁଇ ମହାବିଦ୍ୟାଳୟର ପୂର୍ବତନ ସମ୍ପାଦକ ଧନଞ୍ଜୟ ପଧାନ ମୁଖ୍ୟ ଅତିଥି,ବରିଷ୍ଠ ଅଧ୍ୟାପକ ରାଧାଶ୍ୟାମ ତ୍ରିପାଠୀ, ହୃଦାନନ୍ଦ ପୁହାଣ, ବିକ୍ରମ ତାଣ୍ଡି, ଅଧ୍ୟାପିକା ଭବାନୀ ପୋଡ ଓ ଅବସରପ୍ରାପ୍ତ କର୍ମଚାରୀ ଶାନ୍ତାରାମ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଷାଣ୍ଢଙ୍କ ଚାକିରୀ ଜୀବନର ସେବା ମନୋଭାବ ଓ ଗୁଣାବଳୀ ବର୍ଣ୍ଣନା କରିଥିଲେ । ତାଙ୍କ ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି କାମନା କରାଯାଇ ସ୍ଵତନ୍ତ୍ର ରୂପେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments