Homelocalମୁରିବାହାଲରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ମୁରିବାହାଲରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ମୁରିବାହାଲ, (୦୮/୦୯) : ଆପ୍ର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ମଙ୍ଗଳବାର ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି ।ମୁରିବାହାଲ

ଉକ୍ତ କାର୍ଯ୍ୟକ୍ରମରେ ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ସଭାପତି ଭାବେ ଯୋଗ ଦେଇ ଡିଜିଟାଲ୍ ଶିକ୍ଷାର ବ୍ୟବହାର ବିଷୟରେ ବାର୍ତ୍ତା ଦେଇଥିଲେ । ବିଜେପି ବ୍ଲକ ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାଜରେ ଶିକ୍ଷାର ଆବଶ୍ୟକତା ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ବିଇଓ ଶାନ୍ତନୁ କୁମାର ପଢ଼ିହାରୀ ସାକ୍ଷର ହେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।WhatsApp Image 2026 09 08 at 20.30.48

ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ନା, ସମିତି ସଭ୍ୟ ଚକ୍ରଧର ହେର୍ନା, ପ୍ରଧାନ ଶିକ୍ଷକ ସୁଶାନ୍ତ କୁଅଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ ଓ କାନ୍ତାରାମ ଧରୁଆ ପ୍ରମୁଖ ଯୋଗ ଦେଇଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାନ୍ତାରାମ ଧରୁଆ ବାର୍ଷିକ ବିବରଣୀ ପଠନ କରିଥିଲେ ଏବଂ ବରିଷ୍ଠ ଶିକ୍ଷକ ହେମନ୍ତ ନାଗ ସଭା ପରିଚାଳନା କରିଥିବା ବେଳେ ସିଆରସିସି ମୁରିବାହାଲ ହୃଷିକେଶ ଶିକା ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments