Homebreaking newsବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇଲେ, ଟଙ୍କା ଲୁଟି ଫେରାର ହେଲେ ଦୁର୍ବୃତ୍ତ

ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇଲେ, ଟଙ୍କା ଲୁଟି ଫେରାର ହେଲେ ଦୁର୍ବୃତ୍ତ

ଜଳେଶ୍ବର, (୦୯/୦୯) : ଆପ୍ର : ବ୍ୟାଙ୍କରୁ ଲୁଟ୍ । ବନ୍ଧୁକ ଦେଖାଇ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଖପରାପଦା ସ୍ଥିତ ଗ୍ରାମ୍ଯ ବ୍ଯାଙ୍କ ଶାଖାରୁ ଲୁଟ୍ ହୋଇଛି ।

ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ବ୍ଯାଙ୍କରେ ପହଞ୍ଚି ତଦନ୍ତ କରିଛନ୍ତି ବାଲେଶ୍ବର ଏସପି ପ୍ରତ୍ଯୁଷ ଦିୱାକର । ଲୁଟେରାମାନଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ସିସିଟିଭି କ୍ଯାମେରା ଯାଞ୍ଚ କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଉଛି । ସୂଚନା ଅନୁସାରେ, ଲୁଟେରାମାନେ ବ୍ୟାଙ୍କ ଭିତରକୁ ପ୍ରବେଶ କରି ବନ୍ଧୁକ ଏବଂ ଅନ୍ୟ ମାରଣାସ୍ତ୍ର ଦେଖାଇଥିଲେ । ଏହାପରେ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟମାନଙ୍କୁ ଭୟଭୀତ କରି ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଲୁଟ୍ ହୋଇଥିବା ଟଙ୍କାର ପରିମାଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାରେ କେତେଜଣ ଦୁର୍ବୃତ୍ତ ସାମିଲ ଥିଲେ ଏବଂ ଲୁଟ୍‌ର ସଠିକ୍ ପରିମାଣ କେତେ, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments