Homelocalମା’ କାଳୀଙ୍କ ମେଢ଼ ଭସାଣି ଉତ୍ସବ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା...

ମା’ କାଳୀଙ୍କ ମେଢ଼ ଭସାଣି ଉତ୍ସବ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି

କଟକ, (୦୬/୧୧ ) : ଆପ୍ର : ଆସନ୍ତା ୧୧ ନଭେମ୍ବରରେ କଟକ ସହରରେ ମା’ କାଳୀଙ୍କ ମେଢ଼ ଭସାଣି ଉତ୍ସବ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି ହୋଇଛି ।

୧୧ ତାରିଖ ସକାଳ ୭ଟାରୁ ଭସାଣି ଶେଷ ହେବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଓଏମ୍‌ପି ଛକ, ମାଲଗୋଦାମ, କଲେଜ ଛକ, ମୋଚିସାହି, ରାଣୀହାଟ, ବଜ୍ରକବାଟୀ, ମଙ୍ଗଳାବାଗ, ହାୱଡ଼ା ମୋଟର ଛକ, ବକ୍ସିବଜାର ସମେତ ସହରର ୨୦ରୁ ଅଧିକ ସ୍ଥାନରେ ଯାନବାହନ ଚଳାଚଳ ନିୟନ୍ତ୍ରଣ କରାଯିବ । କେତେକ ରାସ୍ତାରେ ଯାତାୟାତ ବନ୍ଦ ରହିବା ସହ ଗାଡ଼ିଗୁଡ଼ିକୁ ବିକଳ୍ପ ରାସ୍ତାରେ ଯିବାକୁ ପଡ଼ିବ । ଭସାଣି ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ସହରର ପ୍ରାୟ ୨୦ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ବେଲଭ୍ୟୁ ଛକ, ରେଭେନ୍ସା କଲେଜିଏଟ୍ ସ୍କୁଲ ପଡ଼ିଆ, ବିଡ଼ାନାସୀ ହାଇସ୍କୁଲ, ଖ୍ରୀଷ୍ଟିଆନ୍ ଗ୍ରାଉଣ୍ଡ, ବାଲିଯାତ୍ରା ପଡ଼ିଆ, ପୁରୁଣା ପୁରୀ ବସଷ୍ଟାଣ୍ଡ, ପୁରୁଣା ବାଦାମବାଡ଼ି ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଗାଡ଼ି ପାର୍କିଂ କରିହେବ । କେତେକ ସ୍ଥାନରେ କେବଳ ଦୁଇଚକିଆ ଯାନ ପାଇଁ ବ୍ୟବସ୍ଥା ରହିଛି । ପୋଲିସ, ଅଗ୍ନିଶମ, ଅବକାରୀ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଯାନକୁ କଟକଣାରୁ ବାଦ୍ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡବିଧାନ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments