Homebreaking newsକଟକରେ ବଡ଼ଧରଣର ଏଟିଏମ୍ ଲୁଟ୍ ଯୋଜନା ପଣ୍ଡ, ବିହାରର କୁଖ୍ୟାତ ଲୁଟେରା ଅଶ୍ୱିନୀ ସିଂହକୁ କାବୁ...

କଟକରେ ବଡ଼ଧରଣର ଏଟିଏମ୍ ଲୁଟ୍ ଯୋଜନା ପଣ୍ଡ, ବିହାରର କୁଖ୍ୟାତ ଲୁଟେରା ଅଶ୍ୱିନୀ ସିଂହକୁ କାବୁ କଲା କମିଶନରେଟ୍ ପୋଲିସ

କଟକ, (୦୬/୧୧) : ଆପ୍ର : କଟକରେ ବଡ଼ଧରଣର ଏଟିଏମ୍ ଲୁଟ୍ ଯୋଜନା ପଣ୍ଡ । ବିହାରର କୁଖ୍ୟାତ ଏଟିଏମ୍ ଲୁଟେରା ଅଶ୍ୱିନୀ ସିଂହକୁ କାବୁ କଲା କମିଶନରେଟ୍ ପୋଲିସ ।

ଏକାଧିକ ରାଜ୍ୟର ଏଟିଏମ ଲୁଟ ସହିତ ସଂପୃକ୍ତ ଥିବାର ସନ୍ଦେହ କରୁଛି ପୋଲିସ । ବାଦାମବାଡ଼ି ଛକରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ କୁ ଟାର୍ଗେଟ୍ କରିଥିଲା ଅଭିଯୁକ୍ତ। ବିଳମ୍ବିତ ରାତିରେ ଏଟିଏମ୍ ମେସିନ୍ କାଟି ଟଙ୍କା ଲୁଟିବା ପାଈଁ ରଚିଥିଲା ଯୋଜନା । ଏଟିଏମ୍ ଲୁଟ୍ ଉଦ୍ୟମ ନେଇ ଦିଲ୍ଲୀସ୍ଥିତ ହେଡ୍ ଅଫିସରେ ଆଲାରାମ ବାଜିବା ପରେ ତୁରନ୍ତ ବାଦାମବାଡ଼ି ଥାନାକୁ ସୂଚନା ଦିଆଯାଇଥିଲା। ଖବର ପାଇ ତତ୍ପର ହୋଇଥିଲା ପୋଲିସ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅଶ୍ୱିନୀ ସିଂହକୁ କାବୁ କରିଥିଲା। ତା’ ନିକଟରୁ ଏଟିଏମ୍ ଲୁଟ୍ ରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଜବତ ହୋଇଛି ।

ଏଟିଏମ୍ ଲୁଟ୍ ଟଙ୍କାରେ ଅୟସ କରୁଥିଲା ଅଭିଯୁକ୍ତ। ବିହାରରୁ ଟ୍ରେନରେ ଆସିଥିଲା ପୁରୀ। ପୁରୀରୁ ବାଇକରେ କଟକରେ ପହଁଚି ଏଟିଏମ୍ ଲୁଟ୍ ପାଇଁ ଯୋଜନା କରୁଥିଲା। ତେବେ ଏହି ଲୁଟେରାର ନେଟୱର୍କରେ ଆଉ କେତେ ଜଣ ସାମିଲ ଅଛନ୍ତି? ଏହା ପୂର୍ବରୁ କେତୋଟି ଏଟିଏମ୍ ଲୁଟ୍ ରେ ତା’ର ସମ୍ପୃକ୍ତି ରହିଛି? ଅନ୍ୟ କେଉଁ ରାଜ୍ୟରେ ମଧ୍ୟ ସେ ଲୁଟ୍ କରିଛି କି? ଏସବୁ ଦିଗକୁ ନେଇ ଅଧିକ ଖୋଳତାଡ଼ କରୁଛି କଟକ ପୋଲିସ । ଏଟିଏମ୍ ଲୁଟ୍ ଗ୍ୟାଙ୍ଗ୍ ର ନେଟୱର୍କ, ଅଭିଯୁକ୍ତର ପୂର୍ବ ଅପରାଧିକ ରେକର୍ଡ ଏବଂ ଲୁଟ୍ ରେ ବ୍ୟବହୃତ ସରଞ୍ଜାମ ସମ୍ପର୍କରେ ଆଜି କଟକ ଡିସିପିଙ୍କ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments