Homebreaking newsକଳାହାଣ୍ଡିରେ କ୍ରୂରତା, ଯୁବକଙ୍କୁ ହତ୍ୟା ପରେ କାଟିନେଲେ ମୁଣ୍ଡ

କଳାହାଣ୍ଡିରେ କ୍ରୂରତା, ଯୁବକଙ୍କୁ ହତ୍ୟା ପରେ କାଟିନେଲେ ମୁଣ୍ଡ

କଳାହାଣ୍ଡି, (୦୬/୧୧) : ଆପ୍ର : କଳାହାଣ୍ଡିରେ କ୍ରୂରତା । ଯୁବକଙ୍କୁ ହତ୍ୟା ପରେ କାଟିନେଲେ ମୁଣ୍ଡ । ଲଡୁଗାଁ-ସୁପାଡ଼ ରାସ୍ତାରେ ରକ୍ତାକ୍ତ କାଣ୍ଡ । ବିଲ ମଝିରୁ ମିଳିଲା ରାଜୁ ବାଗଙ୍କ ମୁଣ୍ଡବିହୀନ ମୃତଦେହ ।

କଟାମୁଣ୍ଡ ଗଲା କୁଆଡ଼େ ? କୋକସରାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ପରେ ପୋଲିସର ସର୍ଚ୍ଚ ଅପରେସନ । ହତ୍ୟାକାଣ୍ଡର ଭୟଙ୍କର ରୂପ। ମୁଣ୍ଡ ନାହିଁ, ଶରୀର ପଡ଼ିଛି ବିଲରେ । ଯୁବକଙ୍କ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର । କଳାହାଣ୍ଡି କୋକସରା ଥାନା ଅନ୍ତର୍ଗତ ଲଡୁଗାଁ-ସୁପାଡ ରାସ୍ତା ମଝିରେ ଥିବା ଏକ ଚାଷ ଜମିରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ଯୁବକ ଜଣକ ଲଡୁଗାଁ ଗ୍ରାମର ରାଜୁ ବାଗ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ମୃତ ଯୁବକଙ୍କ କଟାମୁଣ୍ଡର କୌଣସି ସନ୍ଧାନ ମିଳିନାହିଁ। ପୋଲିସ କଟାମୁଣ୍ଡକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments