Homelocalଡ୍ରୋନ୍ ନଜରରେ କଟକ ଭସାଣି ଶୋଭାଯାତ୍ରା, ସୁରକ୍ଷା ବ୍ୟବସ୍ଥା କଡ଼ା

ଡ୍ରୋନ୍ ନଜରରେ କଟକ ଭସାଣି ଶୋଭାଯାତ୍ରା, ସୁରକ୍ଷା ବ୍ୟବସ୍ଥା କଡ଼ା

ଭୁବନେଶ୍ୱର, (୨୨/୧୦) : ଆପ୍ର : ଦର୍ଶକଙ୍କ ଭିଡ ଏବଂ ଶୋଭାଯାତ୍ରା ଉପରେ ନଜର ରହିବ ଡ୍ରୋନ । ଆଜି କଟକ ଦଶହରା ଭସାଣ ଉତ୍ସବ । କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ ।

୧୩ ଶହ ସି ସି ଟିଭି ସହରରେ ନଜର ରଖିବେ । ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଜରିଆରେ ଏହା ଉପରେ ନଜର ରଖାଯିବ । ସହରରେ ମୋଟ ଚାରି ହଜାର ଦୁଇ ଶହ ପୋଲିସଙ୍କୁ ନେଇ ୭୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ସି.ଏ.ପି.ଏଫ୍ ଏବଂ କୁଇକ୍ ରିଆକ୍ସନ ଟିମ୍ ମଧ୍ୟ ନିୟୋଜିତ ହେବେ । ଏଥିସହ ଅସାମାଜିକ ତତ୍ତ୍ୱଙ୍କ ପାଇଁ ଫେସ୍ ଡିଟେକସନ୍ କ୍ୟାମେରା ବିଭିନ୍ନ ସ୍ଥାନରେ ଲଗା ଯାଇଛି । ଅପରାଧୀଙ୍କ ମୁହଁ ଚିହ୍ନି ପାରିବ ଏହି କ୍ୟାମେରା। କେହି କୌଣସି ଜାଗାରେ କିଛି ସନ୍ଦେହଜନକ କିମ୍ବା ଅପ୍ରୀତିକର ପରିସ୍ଥିତି ଦେଖିଲେ ତୁରନ୍ତ ୧୧୨ କିମ୍ବା ନିକଟସ୍ଥ ଥାନାକୁ ଜଣାଇବା ପାଇଁ ଅପିଲ କଲା କମିଶନରେଟ୍ ପୋଲିସ। ପୋଲିସକୁ ସହଯୋଗ କରିବା ପାଇଁ ମଧ୍ୟ ନିବେଦନ କଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments