Homelocalମାଁ କାତ୍ୟାୟାଣୀ ବେଶରେ ଦର୍ଶନ ଦେଲେ ମାଁ ଦୁର୍ଗା

ମାଁ କାତ୍ୟାୟାଣୀ ବେଶରେ ଦର୍ଶନ ଦେଲେ ମାଁ ଦୁର୍ଗା

ସୁବର୍ଣ୍ଣପୁର, (୧୬/୧୦) : ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଦୁର୍ଗା ମନ୍ଦିରରେ ନବଦିନାତ୍ମକ ନବରାତ୍ର ପୂଜାର ଆଜି ଷଷ୍ଠ ଦିବସରେ ମାଁ କାତ୍ୟାୟାଣୀ ବେଶରେ ପୂଜା ପାଇବା ସହିତ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମାଁ ଦୁର୍ଗା ।

ଆଜି ମୁଖ୍ୟ ପୂଜା କର୍ତ୍ତା ଭାବେ ସୁନୀଲ ପାତ୍ର ଓ ତାଙ୍କ ଧର୍ମ ପତ୍ନୀ ସୁକନ୍ୟା ପାତ୍ରଙ୍କ ସହ ଆଜିକାର ସହଯୋଗୀ କର୍ତ୍ତା ଭାବେ କମିଟି ସଭାପତି ସନ୍ତୋଷ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ତ୍ରିପାଠୀ ପୂଜା କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ । ପୂଜକ ଭାବେ ପଣ୍ଡିତ ବାଳଗୋପାଳ ପୁରୋହିତ, ସର୍ବେଶ୍ୱର ପୁରୋହିତ, ହିମାଂଶୁ ପୁରୋହିତ, ସୁଧାଂଶୁ ପୁରୋହିତ, ସଦାନନ୍ଦ ପଣ୍ଡା, ଭକ୍ତରାମ ପାଣିଗ୍ରାହୀ ଦାୟିତ୍ୱ ତୁଲାଉଛନ୍ତି । ଏହା ବ୍ୟତୀତ ପୂଜା କାର୍ଯ୍ୟରେ ଚନ୍ଦ୍ରଶେଖର ପାଣ୍ଡେ,କାହ୍ନୁ କର୍ଣ୍ଣ, ଭଜନ ନାଏକ, ଲକ୍ଷ୍ମୀ ନାରାୟଣ ପଲିତା, ଗୁପ୍ତେଶ୍ୱର ପୋଢ଼, ପର୍ଶୁରାମ ମେହେର, ଆୟୁଷ ପାଣିଗ୍ରାହୀ, କୁନାଲ ସାହୁ, ଜ୍ଞାନେନ୍ଦ୍ର ମାହାଣା, ସତ୍ୟବ୍ରତ ପୋଢ଼ ସହଯୋଗ କରୁଛନ୍ତି l କମିଟି ସଭାପତି ସନ୍ତୋଷ ପଣ୍ଡା, ସମ୍ପାଦକ ଗନ୍ଧର୍ବ ମାହାର, ଗୋବିନ୍ଦ ମାହାଣା, ଦିଲ୍ଲୀପ ଅଗ୍ରୱାଲ, ବଳଦେବ ବଢ଼େଇ,ତଥା କମିଟୀ ସମସ୍ତ ସଦସ୍ୟ ସବୁ ପ୍ରକାର ସହଯୋଗ କରୁଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments