Homebreaking news୮ କେଜି ଗଞ୍ଜେଇ , ୩ ଟି ବାଇକ,୩ଟି ମୋବାଇଲ ଜବତ : ୩ ଗିରଫ

୮ କେଜି ଗଞ୍ଜେଇ , ୩ ଟି ବାଇକ,୩ଟି ମୋବାଇଲ ଜବତ : ୩ ଗିରଫ

ସୁବର୍ଣ୍ଣପୁର, (୧୬/୧୦)ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ବିନିକା – ସୋନପୁର ରାସ୍ତା ର ସଂସାମୁରା ପାଖରେ ବିନିକା ପୁଲିସ ୩ ଟି ବାଇକ ସହ ୮ କେଜି ଗଞ୍ଜେଇ ,୩ଟି ମୋବାଇଲ ଜବତ କରି ୩ ଜଣଙ୍କୁ ଗିରଫ କରିଛନ୍ତି ।

ସୂଚନା ଅନୁସାରେ ଆଜି ବିନିକା –ସୋନପୁର ମୂଖ୍ୟରାସ୍ତା ଓଡ଼ି ୩-୮ଜି -୨୮୫୮ ,ଓଡ଼ି ୧୫ ଏଡ଼ି ୯୬୮୨ ଓ ଓଡ଼ି୧୫ ଏଡ଼ି ୩୨୭୪ ତିନୋଟି ବାଇକରେ ଏହି ଜିଲ୍ଲାର ତରଭା ଥାନା ବ୍ରାହ୍ମଣୀଗ୍ରାମର ଅନିଳ ସାହୁ, ବୌଦ ଜିଲ୍ଲା କଣ୍ଟାମାଲ ଥାନା ବନ୍ଧପାଳି ଗ୍ରାମର ମହେନ୍ଦ୍ର ବଗର୍ତ୍ତୀ ଓ ଆକାଶ ଖଟୁଆ ତିନିଜଣ ଆସୁଥିବା ସମୟରେ ରେ ବିନିକା ପୁଲିସ କୌଣସି ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ବିନିକା ଆଇଆଇସି ଅନିତା କିଡ଼ୋ ଓ ପୁଲିସ ଷ୍ଟାପ ବାଇକ ଗୁଡ଼ିକୁ ଅଟକାଇ ତଦନ୍ତ କରିବାରୁ ଦୁଇଟି ବାଇରୁ ଗଞ୍ଜେଇ ଥିବା ସୁଚନା ମିଲିଥିଲା । ବିନିକା ଅତିରିକ୍ତ ତହସିଲଦାର ମାଜିଷ୍ଟଟ ରାମଶଙ୍କର ମିଶ୍ର ଉପସ୍ତିତୀରେ ଗାଡ଼ିରୁ ଗଞ୍ଜାଇ ବାହାର କରି ଓଜନ କରିବାରୁ ୮ କେଜି ଗଞ୍ଜେଇ ବାହାରିଥିଲା ।ବାଇକ ଆରୋହିଙ୍କ ଠାରୁ ତିନୋଟି ମୋବାଇଲ,ତିନୋଟି ବାଇକ ଜବତ ତିନି ଜଣଙ୍କୁ ଗିରଫ କରି ବିନିକା ଥାନାରେ ମକଦ୍ଦମା ରୁଜୁ କରି ଅଧିକ ତଦନ୍ତ କରୁଥିବା ବିନିକା ଥାନା ଆଇଆଇସି ଅନିତା କିଡ଼ୋ ପ୍ରକାଶ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments