ସମ୍ବଲପୁର, (୧୭/୧୦) : ଆପ୍ର : ଗୋଟିଏ ଭୟଙ୍କର ଦୁର୍ଘଟଣା ଛାଡି ଗଲା ଦୁଃଖର ଛାୟା । ରାତିର ଅନ୍ଧାରରେ ଲିଭିଗଲା ଦୁଇ ଦୁଇଟି ଜୀବନର ଦୀପ ।
ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଶାଶୁ ଓ ଜ୍ୱାଇଁଙ୍କ ଜୀବନ । ହସଖୁସିର ସଂସାରରେ ହଠାତ୍ ଖେଳିଗଲା ଶୋକର ଛାୟା । ଆଉ ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମ୍ବଲପୁର ଯୁଯୁମୁରା ଥାନା ଅନ୍ତର୍ଗତ ଜାମଟାଲ ନିକଟରେ ବିଳମ୍ବିତ ରାତିରେ ଏକ କାର୍ ଡିଭାଇଡରକୁ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ଶାଶୁ ପାୟଲ ଦାସ ଓ ଜ୍ୱାଇଁ ଶେଖର ମହାରାଜା । ମୃତକ ଛତିଶଗଡ଼ର ୯୦ ବର୍ଷୀୟା ପାୟଲ ଦାସ ଏବଂ ୩୦ ବର୍ଷୀୟ ଶେଖର ମହାରାଜା । ଗୋଟିଏ ଦୁର୍ଘଟଣା ଛଡ଼ାଇ ନେଲା ଦୁଇଟି ଅମୂଲ୍ୟ ଜୀବନ । ପଛରେ ଛାଡ଼ିଗଲା ପରିବାର ପରିଜନଙ୍କ ଆଖିରେ ଲୁହ ଓ ମନରେ ଅସରନ୍ତି ଦୁଃଖ । ଅନ୍ୟପଟେ, ଗୁରୁତର ୫ ଜଣଙ୍କ ସ୍ଥିତିକୁ ନେଇ ଚିନ୍ତା ବଢ଼ିଛି ।

