ମଧ୍ୟମ ଫାଉଣ୍ଡେସନ ତରଫରୁ ସାମାଜିକ ସମୀକ୍ଷା କର୍ଯ୍ୟକ୍ରମ

Date:

Share post:

ରାଇକିଆ, (୨୫/୦୫) : ଆପ୍ର : ରାଇକିଆ ମଧ୍ୟମ ଫାଉଣ୍ଡେସନ ତରଫରୁ ଆୟୋଜିତ ସାମାଜିକ ସମୀକ୍ଷା-୨୦୨୬ କାର୍ଯ୍ୟକ୍ରମ ରାଇକିଆ ସ୍ଥିତ ଜାଗୃତି କୃଷି ଉତ୍ପାଦନକାରୀ ମହିଳା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏ ଦବ୍ଲଓ ଇନ୍ତର୍ଣାସନାଲ ସହଯୋଗ ରେ ପରିଚାଳିତ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପାଢ଼ୀ ରିସୋର୍ସ ପର୍ସନ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ମାଧ୍ୟମ ଫାଉଣ୍ଡେସନ ଦ୍ୱାରା ଗତ ୩ ବର୍ଷ ଧରି କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସହିତ ୨୦୨୬ ବର୍ଷ ର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା । ସେହିପରି କାର୍ଯ୍ୟକ୍ରମଗୁଡ଼ିକର ଦୀର୍ଘମିଆଦୀ ରକ୍ଷଣାବେକ୍ଷଣ ଓ ସ୍ଥାୟୀକରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଉପ-କୃଷି ଅଧିକାରୀ ସୁଦୀପ୍ତା ପ୍ରଧାନ, ଡଡିଙ୍ଗିଆ ସରପଞ୍ଚ ଅଶୋକ କୁମାର ପ୍ରଧାନ,, ଜାଗୃତି ମହିଳା ସମବାୟ ସମିତି ର ସଭାନେତ୍ରୀ ସୁଷମା ପ୍ରଧାନ, ୱାର୍ଡ ମେମ୍ବର ବୃନ୍ଦ, ଉତ୍ପାଦନକାରୀ ଗୋଷ୍ଠୀର ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ପ୍ରକଳ୍ପ ସଂଯୋଜକ ଜଳନ୍ଧର ପରିଡ଼ା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ସୌଭାଗ୍ୟ କୁମାର ମିଶ୍ର, ସତ୍ୟଜିତ୍ ରାୟ, ସଞ୍ଜୀବ କୁମାର ଖଣ୍ଡଗିରି, ବିଷ୍ଣୁ ଚରଣ ସାହୁ ଏବଂ ନମିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...