ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ପାଇଁ ଧାନ କିଣା ଆରମ୍ଭ : କିନ୍ତୁ ଅଧିକାଂଶ ଚାଷୀଙ୍କ ପାଖକୁ ଟୋକନ ଆସି ନ ଥିବାରୁ ଚାଷୀ ମାନଙ୍କ ମହଳରେ ତୀବ୍ର ଅସନ୍ତୋଷ

Date:

Share post:

ସୁବର୍ଣ୍ଣପୁର, (୨୨/୦୫) : ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଚରଦା ପେସ୍କ୍ (ପ୍ରାଥମିକ କୃଷି ସେବା ସମବାୟ ସମିତି) ରେ ଚଳିତ ରବି (ଡାଲୁଅ)ର ଧାନ କିଣା ଆରମ୍ଭ ହୋଇଛି ।

ସମ୍ପାଦକ ରବିନାରାୟଣ ଥନାପତି ଙ୍କ ସଭାପତିତ୍ତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଏହାକୁ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଚିଫ୍ ସିଏସଓ ନିରଜ୍ ରଞ୍ଜନ ଦାଶ , ଡିଆରସିଏସ ଭବାନୀ ଶଙ୍କର ଦାଶ , ଆରଏମସି ସମ୍ପାଦକ ଅବକାଶ ବେହେରା ,ସି ଏସ ଓ କେଦାରନାଥ ନାୟକ, ଏସିଏସଓ ରେବତୀ ସିଂ ନାଏକ, ଯୋଗାଣ ଅଧିକାରୀ ପ୍ରମୋଦ ପଣ୍ଡା, ପେସ୍କ ସଭାପତି ଚତୁର୍ଭୁଜ ଥନାପତି, ସରପଞ୍ଚ ବୃନ୍ଦାବତୀ ନାଏକ , ଭୀମ ସେନ ସିଂଦେଓ, ଡିଓଏଲପିସି ସଭ୍ୟା ଶିବରାଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆଜି ପ୍ରଥମ ଦିନରେ ୨ ଜଣ ଚାଷୀ ଙ୍କ ଠାରୁ ୧୧୧ କୁଇଣ୍ଟାଳ ୧୪ କେଜି ଧାନ କିଣି ପାର୍ବତୀ ଓ ବ୍ରଜଭୂମୀ ରାଇସ ମିଲ କୁ ପଠା ଯାଇଥିଲା ।

ଏଥିରେ ସମସ୍ତ ପେସ୍କ ସମ୍ପାଦକ ଓ କର୍ମଚାରୀ ସହଯୋଗ କରିଥିଲେ । ଅପରେ ପକ୍ଷରେ ଏହି ଜିଲ୍ଲାର ଅଧିକାଂଶ ଚାଷୀଙ୍କ ପାଖକୁ ଟୋକନ ଆସି ନ ଥିବାରୁ ଚାଷୀ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀ ମାନଙ୍କ ମୋବାଇଲକୁ ମେସେଜ ମାଧ୍ୟମରେ ଟୋକନ ପଠାଇବା ଦାୟିତ୍ଵ ରାଜ୍ୟ ସରକାରଙ୍କ ହାତରେ ରହିଛି । ଯାହା ଫଳରେ ଚାଷୀ କିଛି କରି ପାରୁ ନାହିଁ । ରବି ଋତୁ ରେ ଧାନ କିଣା ଅବଧି ତଥା କମ ଦିନ ରହୁ ଥିବାରୁ ଶୀଘ୍ର ଟୋକନ ପଠାଇବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...