ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ, ପାଚେର ଗ୍ରାମରେ ଶୋକର ଛାୟା

Date:

Share post:

ଖପ୍ରାଖୋଲ, (୦୫/୦୬) : ଆପ୍ର : ଗୁରୁବାର ଅପରାହ୍ନରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ପଡ଼ିଆବାହାଲ ପଞ୍ଚାୟତର ପାଚେର ଗ୍ରାମରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି ।

ବଜ୍ରାଘାତରେ ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ପାଚେର ଗ୍ରାମର ବିନୋଦିନୀ ବରିହା (୨୬) ଘର ବାରି ପାର୍ଶ୍ୱକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ହଠାତ୍ ଘଡ଼ଘଡ଼ି ସହ ପ୍ରବଳ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ସେ ଘଟଣାସ୍ଥଳରେ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅପ୍ରତ୍ୟାଶିତ ଘଟଣା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି । ଏନେଇ ଖପ୍ରାଖୋଲ ଥାନାରେ ୟୁଡି କେସ୍ ନଂ–୦୫/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । କେସ୍‌ର ତଦନ୍ତକାରୀ ଅଧିକାରୀ ରବୀନ୍ଦ୍ର କୁମ୍ଭାର ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି । ବିନୋଦିନୀଙ୍କ ଅକାଳ ବିୟୋଗ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବାବେଳେ, ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ପାଣି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଘେରାଉ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର // ଦେଓଗାଁ, (୦୫/୦୬) : ଆପ୍ର : ଦେଓଗାଁ ବ୍ଲକରେ ଦୀର୍ଘଦିନ ଧରି ଚାଲିଥିବା ଜଳ ସଙ୍କଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ନୀତି କାନ୍ତି ପାଇଁ ହେବ ଆଲୋଚନା

ପୁରୀ, (୦୫/୦୬) : ଆପ୍ର : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜା ଦିବ୍ୟ...

କାଳବୈଶାଖୀ ପରେ ପୁଣି ଲେଉଟିଲା ଖରା, ୪୦ ଡିଗ୍ରୀ ଉପରେ ରହୁଛି ତାପମାତ୍ରା

କଣ୍ଟାମାଳ, (୦୫/୦୬) : ଆପ୍ର : କିଛିଦିନର ବ୍ୟବଧାନ ପରେ ପୁଣି ତାତି । ବୌଦ୍ଧରେ ଅସହ୍ୟ ଗରମ । କାଳବୈଶାଖୀ ପରେ ପୁଣି...