ପୁରୁଷୋତ୍ତମପୁର, (୦୪/୦୯) : ଆପ୍ର : ଭାଟକୁମରଡ଼ା ସ୍ଥିତ ପି.ଏମ.ଶ୍ରୀ ଶ୍ରୀ ନରସିଂହ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାଘଳା, ଭାଟକୁମରଡ଼ା ଓ ଷୋଳଘର ଏହି ତିନି କ୍ଲଷ୍ଟରର ସମସ୍ତ UPS, HS, HSS ଏବଂ OAV ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜୋନାଲ ସ୍ତରୀୟ କ୍ରୀଡାପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାଟକୁମରଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରି ଶ୍ରୀ ପ୍ରଦୀପ କୁମାର ପ୍ରଧାନ ଯୋଗ ଦେଇ ଜୀବନ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସରପଞ୍ଚ ଶ୍ରୀମତୀ ମନମୋହିନୀ ପୋଲାଈ ଏବଂ ABEO ଶ୍ରୀ ଭକ୍ତ ବତ୍ସଲ ଜାନି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭାଟକୁମରଡ଼ା SBI ର ଶାଖା ପରିଚାଳକ ଶ୍ରୀ ଦୁଷ୍ମନ୍ତ କୁମାର ନାୟକ କ୍ୟାସିଅର ଶ୍ରୀ ଜୟ ପ୍ରକାଶ ବେହେରା , PHEO ଶ୍ରୀମତୀ ନମିତା ପାତ୍ର,ହେଲଥ ସୁପରଭାଇଜର ଶ୍ରୀ ଲିଙ୍ଗରାଜ ବେହେରା, ସିଆରସିସି ଶ୍ରୀ ଏସ.ଲକ୍ଷ୍ମୀ ନାରାୟଣ ପାତ୍ର, ଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡା,ଶ୍ରୀ ସୁଶାନ୍ତ ପୋଲାଈ, କ୍ଲଷ୍ଟର ର ସମସ୍ତ UPS, HS ର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ଏହି ଜୋନ ର ତିନି କ୍ଲଷ୍ଟରରୁ ପ୍ରାୟ 350 ଜଣ ପ୍ରତିଯୋଗୀ under 14 ଓ under 17 ଏହି ଦୁଇ ବର୍ଗରେ ବିଭିନ୍ନ ପ୍ରକାର କ୍ରୀଡାରେ ଭଗନେଇଥିଲେ । ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ ଖେଳ ସବୁକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ସମ୍ପାଦନରେ ପୂର୍ଣ୍ଣ ସହଯୋଗ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତି ବେହେରାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଫଳତାର ସହ ବହୁତ ସୁନ୍ଦର ଭାବରେ ସମ୍ପାଦିତ ହୋଇଥିଲା ।

