Homelocalଚାରି ବର୍ଷ ପରେ ବି ଅଧାପନ୍ତରିଆ ରେ ପଡ଼ିଛି ପାନୀୟ ଜଳ ଯୋଗାଣ ପ୍ରକଳ୍ପ; ରାଜ୍ୟ...

ଚାରି ବର୍ଷ ପରେ ବି ଅଧାପନ୍ତରିଆ ରେ ପଡ଼ିଛି ପାନୀୟ ଜଳ ଯୋଗାଣ ପ୍ରକଳ୍ପ; ରାଜ୍ୟ ସରକାର ଙ୍କ ବସୁଧା ଯୋଜନା କାହାପାଇଁ ?????

ପୁରୁଷୋତ୍ତମପୁର, (୦୪/୦୯) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ର ଖାଜିପଲି ଗ୍ରାମରେ ଦୀର୍ଘ ଚାରି ବର୍ଷ ତଳେ ଅର୍ଥାତ ୦୭/୦୯/୨୦୨୨ ରେ ବସୁଧା ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ତାହାର ତିନିମାସ ପରେ ସେତେବେଳର ବିଜେଡି ସରକାର ରେ ଖଲ୍ଲିକୋଟ ବିଧାୟକ ଥିବା ସୂର୍ଯ୍ୟମଣୀ ବୈଦ୍ୟ ଏହାକୁ ତା –୨୨/୧୨/୨୦୨୨ ରିଖରେ ଶିଳାନ୍ୟାସ କରିଥିଲେ ।

ଏହାର ଆର୍ଥିକଅଟକଳ ମୂଲ୍ୟ ଥିଲା ୭୭ଲକ୍ଷ ୭୭ହଜାର ଟଙ୍କା । ଏହି ଚାରିବର୍ଷ ରେ ପାଣି ଟାଙ୍କି ବୋର ଓ ପମ୍ପ ହାଉସ ଘର କାମ ସରିଯାଇଥିଲା ବେଳେ କେବଳ ବିଦ୍ୟୁତ ସଂଯୋଗୀ କରଣ ରେ ବାଧା ରହିଥିବା ଯୋଗୁଁ ସେହିଁ ସ୍ଥାନ ଏବେ ଜଙ୍ଗଲ ରେ ପରିଣତ ହେବା ସହ ସାପ, ଗୋଇ, ବିଛା, ନେଉଳ ଏବଂ ବିଭିନ୍ନ ସରୀସୃପ ଙ୍କ ବିଶ୍ରାମ ସ୍ଥଳ ପାଲଟି ଯାଇଛି । ଯାହାଦ୍ୱାରା ଲୋକମାନେ ସେମାନଙ୍କ ମୌଳିକ ସମସ୍ୟା ପାନୀୟ ଜଳ ଯୋଗାଣ ରୁ ବଞ୍ଚିତ ହେହୁଛନ୍ତି । ତେବେ ବିଜେଡି ସରକାର ଙ୍କ ଦୁଇ ବର୍ଷ କାର୍ଯ୍ୟ ସରି ଏବେ ବିଜେପିର ବିଧାୟକ ରହିଥିଲେ ମଧ୍ୟ କାର୍ଯ୍ୟକାରୀ ଶୂନ । ଜନ ସାଧାରଣ ଙ୍କ ପ୍ରତେକ ଅଧିକାର କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ବଦ୍ଧ ଥିବା ସରକାର ଙ୍କ ଅଧିକାରୀ, ବିଧାୟକ ଏବେ ନିରବ ଦ୍ରଷ୍ଟା ପାଲଟିଛନ୍ତି ।

ତେବେ ବିଧାୟକ ଏହି ଅତି ଜରୁରୀ ଲୋକଙ୍କ ପାନୀୟ ଜଳ ଯୋଗାଣ କାର୍ଯ୍ୟକୁ କାହିଁକି ନିଜେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ରହି ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି ନାଁ ସେହିଁ ପଞ୍ଚାୟତ ପ୍ରତି ତାଙ୍କର ବଇ ମାତୃକ ମନୋଭାବ ରଖି କାର୍ଯ୍ୟକାରୀ କରୁନାହାନ୍ତି ତାହା ଜନ ସାଧାରଣ ଙ୍କ ପାଇଁ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ତେବେ ଏହା ଉପରେ ଆମେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ସହ କଥା ହେବାରୁ ସେ ଏହା ଉପରେଭଞ୍ଜ ନଗର ଏସିଙ୍କ ସହ କଥାହୋଇ କାର୍ଯ୍ୟ କାରୀ କରିବେ ବୋଲି କହିଛନ୍ତି । ତେବେ କେବେ କାର୍ଯ୍ୟକାରି ହେବ । ଯଦି ବା ସେହିଁ ପଞ୍ଚାୟତ ର କିଛି ବ୍ୟକ୍ତି ବିଶେଷ ଙ୍କ ସହ ତାଙ୍କର ମନୋ ମାଳିନ୍ୟ ଥାଇ ପାରେ କିନ୍ତୁ ଭୋଟ ଯେତେବେଳେ ହୋଇଥିଲା ସେହି ପଞ୍ଚାୟତ ରୁ Itself ଭୋଟ ପାଇ ନାହାନ୍ତି କି??? ଯଦି “ହ ”’ ତେବେ କାହିଁକି ଦୁଇବର୍ଷ ହେଲା ନିରବ ରହିଛନ୍ତି ବୋଲି ସେଠିକାର ପ୍ରଶ୍ନ ଉଠାଇ ଛନ୍ତି । କିଏ ଭୋଟ ଦେଉ କିମ୍ବା ନଦେଉ ସେ ନିର୍ବାଚିତ ହେବାପରେ ସମସ୍ତଙ୍କ ବିଧାୟକ ହୋଇଛନ୍ତି ।, ତେଣୁ ଏହି ପାତର ଅନ୍ତର କାହାପାଇଁ ବୋଲି ସେମାନେ ଓଲଟି କହିଛନ୍ତି ।

ଏହାଉପରେ ମଧ୍ୟ ପଞ୍ଚାୟତ ବାସି ପୁରୁଷୋତ୍ତମପୁର ବ୍ଲକରେ ହେଉଥିବା ଜିଲ୍ଲପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ଜିଲ୍ଲା ପାକ ଙ୍କ ଅନୁପସ୍ଥିତି ଯୋଗୁଁ ଏହାଉପରେ ଅତିରିକ୍ତ ଜିଲ୍ଲା ପାଳ ଙ୍କୁ ଦରଖାସ୍ତ ଦେଇ ଅଭିଯୋଗ କରିଥିଲେ ।ଏବଂ ସେଠାରେ ଉପସ୍ଥିତ ଥିବା ଭଞ୍ଜ ନଗର ଏସି କହିଥିଲେ କି ଟେଣ୍ଡର ହେଉଛି କିନ୍ତୁ କଣ୍ଟ୍ରାକ୍ଟର ମାନେ ତାହାକୁ ପକାଉ ନାହାନ୍ତି । ଯାହାଫଳରେ ସମସ୍ୟା ହେଉଛି । କିନ୍ତୁ ସେମାନଙ୍କ ପାଇଁ ଅନ୍ୟ ସ୍ଥାନରୁ ଆମେ ପାଣି ଯୋଗାଇବୁ କହି କାର୍ଯ୍ୟ କାରୀ କରିଥିଲେ ମଧ୍ୟ ୨୦ ଭାଗ ଲୋକଙ୍କୁ ପାଣି ସମ୍ପୂର୍ଣ ମିଳୁନଥିବାର ଲୋକମାନେ ଅଭିଯୋଗ କରିଛନ୍ତି ।

ଏହାଉପରେ ବ୍ଲକର ବିଭାଗୀୟ ଏସଡ଼ିଓ ନର୍ମଦା ପାତ୍ର ଙ୍କୁ ପଚାରିବାରେ ମୁଁ ସେହିଁ ସ୍ଥାନକୁ ଯାଇଥିଲିକିନ୍ତୁ କିଛି ଲୋକ ସେହି ପାଣିକୁ ଚାଷ ଜମିରେ ବ୍ୟବହାର କରୁଛନ୍ତି କହିଥିଲେ । ଏହାଉପରେ ଲୋକଙ୍କ ପ୍ରତିକ୍ରିୟା ଯଦି ପାନୀୟ ଜଳ ଯୋଗାଣ ର ପାଣିରେ ଲୋକଙ୍କ ଚାଷ ହୋଇ ଯାଉଥାନ୍ତା ତେବେ ସେମାନେ ଉଠା ଜଳ ସେଚନ କିମ୍ବା ଜମିରେ ମେଗା ଜଳ ସେଚନ ପ୍ରକଳ୍ପବନ୍ଦ କରି ଏହାଦ୍ୱାରା ଜଳ ସେଚନ କରିପାରିଥାନ୍ତେ । ଏବଂ ସରକାର ଆଉଗୋଟିଏ ବିଭାଗ ଜଳ ସେଚନ କରି କୋଟି କୋଟି ଟଙ୍କା କାହିଁକି ଖର୍ଚ୍ଚ କରନ୍ତେ ବୋଲି କହିଛନ୍ତି । ଏସଡ଼ିଓ ଜର ବିକଳ ରେ ତାଟିଆ କାମୁଡୁଛନ୍ତି ବୋଲି ପଞ୍ଚାୟତ ଲୋକମାନେ କହିଛନ୍ତି ।

ଏପଟେ ପୁଣି ଟେଣ୍ଡେର କରିବୁ ବୋଲି କହି ଥିବା ଏସି ଙ୍କ ବଦଳି ହୋଇ ନୁଆଁ ଏସିଆସିଥିଲେ ମଧ୍ୟ ସେ ସେଇ ଟେଣ୍ଡେର ହେବା କଥା ଦୋହରାଉଛନ୍ତି । ତେବେ ଦୀର୍ଘ ଚାରିବର୍ଷ ବିତିଯାଇଥିଲେ ମଧ୍ୟ ଏହି ବସୁଧା ପାନୀୟ ଜଳ ଯୋଗାଣ କାର୍ଯ୍ୟ କାରି ହେଉନଥିବାରୁ ଲୋକେ ନଈର ଗୋଲିଆ ପାଣି ଓ ନଳକୂପ ର ଜଙ୍କ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି । ଅଧିକାଂଶ ନଳକୂପ ରେ ହେଣ୍ଡେଲ ଲାଗିନି ଏବଂ ବହୁତ ଭଗ୍ନ ଅବସ୍ଥାରେ ରହିଛି । ତେବେ ଆଉକେତେ ବର୍ଷ ପରେ ସେମାନଙ୍କ ଏହି ଅତି ଜରୁରୀ କାମକୁ ସରକାର, ବିଧାୟକ ପୂର୍ଣ୍ଣ କରିବେ ବୋଲି କହିଛନ୍ତି ।

ଯଦି ଏହି ମାସେ ମଧ୍ୟରେ ଏହା କାର୍ଯ୍ୟକାରୀ ନହୁଏ ତାହାହେଲେ ସେମାନେ ବାଧ୍ୟହୋଇ ପୁରୁଷୋତ୍ତମପୁର ବ୍ଲକ ଅଫିସିରେ ଏହାର ପ୍ରତିବାଦ କରି ଧାରଣା ରେ ବସିବେ, ନଚେତ ରାଜ ରାସ୍ତାରେ ବସି ପୁରୁଷୋତ୍ତମପୁର, ହୁମା ରାସ୍ତା କୁ ଅବରୋଧ କରିବେ, ଏବଂ ସେଥି ପାଇଁ ଯଦି ବି କିଛି ଅସୁବିଧା ସୃଷ୍ଟି ହେବ ତାହାପାଇଁ ସରକାର ଦାୟିରହିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments