Homelocalପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ପୁରୁଷୋତ୍ତମପୁର, (୦୩/୦୮) : ଆପ୍ର : ପୁରୁଷୋତ୍ତମପୁର ସହର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2026 08 03 at 08.51.36

ଉକ୍ତ ବିଜ୍ଞାନ ମେଳାକୁ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା ଦୀପ ପ୍ରଜ୍ଜ୍ଵଳନ କରି ଉଦ୍‌ଘାଟନ କରିଥିଲେ । ଆଚାର୍ଯ୍ୟା ଶ୍ରୀମତୀ ପ୍ରମୋଦିନୀ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଏନ୍.ଏ.ସି.ର ନଗରପାଳ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ କାଇଁଚପୁର ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଶ୍ନଜିତ ଦାଶ ବିଜ୍ଞାନ ପ୍ରତି ଆଗ୍ରହୀ ହୋଇ ନୂଆ ନୂଆ ପ୍ରକଳ୍ପ ସଂପର୍କରେ ଉଦ୍ଦୀପନାମୂଳକ ମନୋଭାବ ନେଇ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । କନିଷ୍ଠ ଶିଶୁ, ଶିଶୁ ବର୍ଗ, ବାଲ ବର୍ଗ, କିଶୋର ବର୍ଗ ୪ଟି ବର୍ଗରୁ ମୋଟ ୧୭୭ ଜଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପତ୍ର ବାଚନ, ଗଣିତ ପ୍ରୟୋଗ, ଗଣିତ ପତ୍ର ବାଚନ, କଥାକଥନ, ମୂର୍ତ୍ତିକଳା, ଭାଷଣ, ମୂର୍ତ୍ତିକଳା ସବୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଭିନ୍ନ ଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମଣ୍ଡଳୀ ଦ୍ବାରା ମୂଲ୍ୟାଙ୍କନ କରାଯାଇଥିବା ସମସ୍ତ ପ୍ରତିଯୋଗିତାର ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧୂକାର କରିଥିବା ପ୍ରତିଯୋଗୀ ମାନଙ୍କୁ ସମ୍ପାଦକ ମହୋଦୟ ସମ୍ବଦ୍ଧନା ସହ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆଚାର୍ଯ୍ୟା ତ୍ରିପୁରା ପାତ୍ର ଓ ସୁନାରାଣୀ ପାଳ ଓ ନିବେଦିତା ପଣ୍ଡା ସୁଚାରୁ ରୂପେ ପରିଚାଳନା କରିଥିଲେ ।

ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ । ସମସ୍ତଙ୍କ ସାଧାରଣ ସହଯୋଗରେ ବିଜ୍ଞାନ ମେଳା ସୁନ୍ଦର ଭାବରେ ସମାପ୍ତ ହୋଇଥିଲ । ସମସ୍ତଙ୍କ ସାଧାରଣ ସହଯୋଗରେ ବିଜ୍ଞାନ ମେଳା ସୁନ୍ଦର ଭାବରେ ସମାପ୍ତ ହୋଇଥିଲା । ଏଥିରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଓ ଗୁରୁମା ତଥା ସେବକ ସେବିକା ଓ ବାହାନ ଚାଳକ ଭାଇମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ପ୍ରଣବ ଗୁରୁଜୀ ଧନ୍ୟବାଦ ପ୍ରଦାନ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments