Homelocalଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ସୁବର୍ଣ୍ଣପୁର, (୧୬/୦୮) : ଆପ୍ର : ସୁବର୍ଣ୍ଣପୁର ସ୍ଥିତ ରାମେଶ୍ୱର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ଓ ଗର୍ବର ସହ ପାଳିତ ହୋଇଯାଇଛି ।WhatsApp Image 2026 08 17 at 06.50.22

ଏହି ଉତ୍ସବରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ମଧ୍ୟ ମଞ୍ଚାସୀନ ହୋଇ ରାଷ୍ଟ୍ରୀୟ ଧ୍ୱଜାକୁ ସଲାମୀ ଦେଇଥିଲେ। ପୋଲିସ୍ ରିଜର୍ଭ ଇନ୍ସପେକ୍ଟ ମାନସ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ପ୍ୟାରେଡ୍‌ରେ ସମୁଦାୟ ୩୯ଟି ଦଳ ଅଂଶଗ୍ରହଣ କରିଥିଲେ । ପରେ ପରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ୭ଟି ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଥିଲେ ଯେ ମୋର ସୌଭାଗ୍ୟ ଯେ ଗତ ବର୍ଷ ଏଠୀକି ଆସିବାର ୧୫ ଦିନ ପରେ ହିଁ ସ୍ୱାଧୀନତା ଦିବସର ପାଳନ ହୋଇଥିଲା । ଏଥର ମଧ୍ୟ ଅବସର ନେବାର ୧୫ ଦିନ ଆଗରୁ ଏହି ଦିବସ ପାଳନ ଅବସରରେ ଅତିଥି ଭାବରେ ଯୋଗଦେଇଛି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଜିଲ୍ଲା କିପରି ଶିକ୍ଷା ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି କୃଷି କ୍ଷେତ୍ରରେ ଅଗ୍ରଗତି କରୁଛି ସେ ସବୁ ବିଷୟରେ କହିଥିଲେ । ବର୍ତ୍ତମାନ ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମର ଉନ୍ନତି କରଣ ପାଇଁ ଅର୍ଥ ମଂଜୁର ହୋଇଛି । ଏହାର ନବୀକରଣ ହେଲେ ବହୁ ଖେଳାଳି ପ୍ରତିଭା ବାହାରି ଜିଲ୍ଲା ପାଇଁ ଗୌରବ ଆଣିବେ । ଜିଲ୍ଲା ପ୍ରାଣୀ ବିଭାଗର ଦ୍ୱାରା ଏବେ ବହୁ ମାତ୍ରାରେ ଆଣ୍ଡ ଉତ୍ପାଦନ ହେଉଛି । ଯାହା ଅନ୍ୟ ଜିଲ୍ଲାକୁ ରପ୍ତାନି ହୋଇପାରୁଛି । ଏଥିସହ ସେ ଜିଲ୍ଲାର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମଧ୍ଯ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଜିଲ୍ଲା ମାଟିର ସମସ୍ତ ସଂଗ୍ରାମୀଙ୍କ ବଳିଦାନକୁ ସେ ସ୍ମରଣ କରିଥିଲେ ।

ଏହି ଅବସରରେ ମଞ୍ଚରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷ, ଶ୍ରେଷ୍ଠ ଭାବେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା କର୍ମଚାରୀ ଓ ବିଭାଗଗୁଡ଼ିକୁ ସମ୍ମାନିତ କରାଯାଇଥିଲା । କାର୍ଯକ୍ରମ ରେ ମଞ୍ଚ ତଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ସୋନପୁର ଉପ ଜିଲ୍ଲାପାଳ ଡ଼ ସୋମ୍ୟ ରୁପା ରଥ ଏବଂ ସମସ୍ତ ଡେପୁଟି ଓ ସହାୟକ କଲେକ୍ଟର, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମଟିକୁ ପ୍ରଦ୍ୟୁମ୍ନ ସାହୁ ଅଭିନେତା ତଥା ଉଲୁଣ୍ଡା ପି.ଏଚ.ଇ. ଓ ପରିଚାଳନା କରିଥିଲେ ।

ଉତ୍ସବର ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଉତ୍କଳ ବାଳ ଆଶ୍ରମକୁ ଯାଇ ଶିଶୁଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ। ପରେ ଜିଲ୍ଲା ଉପ କାରାଗାର ଓ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଦିନ ଦ୍ବିପହରରେ ଫୁଟବଲ ମ୍ୟାଚ୍ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି ସାଂସ୍କୃତିକ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା ଯୋଗ ଦେଇଥିଲେ ଏବଂ ଏଗାର ଟି ସାଂସ୍କୃତିକ ଦଳ ଭାଗ ଏଥିରେ ନେଇଥିଲେ । ସ୍ୱାଧୀନତା ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ସ୍କୁଲ ଓ କଲେଜ ସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ମଞ୍ଚରେ ପୁରସ୍କୃତ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments