Homelocalବେପରୁଆ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

ବେପରୁଆ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

ଗୁଣପୁର, (୧୭/୧୧) : ଆପ୍ର : ଗୁଣପୁର ସହରରେ ଦିନକୁ ଦିନ ଗାଡି ଚାଳକଙ୍କ ଦୌରାତ୍ମ ବୃଦ୍ଧି ପାଉଥିବାରୁ ପ୍ରଶାସନ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବିଶେଷ କରି ରାତି ଅଧରେ ବିକଟାଳ ଶବ୍ଦ କରି ରେସିଂ କରି ଗାଡି ଚଲାଇ ସାଧାରଣ ଜନତାଙ୍କ ଶାନ୍ତି ଭଙ୍ଗ, ଭୟ ସୃଷ୍ଟି କରିବା ଭଳି ଅଭିଯୋଗ ଆସୁଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ମଦ୍ୟପନ କରି, ବିନା ହେଲମେଟରେ, ମୋବାଇଲ ବ୍ୟବହାର କରି, ବିକଟାଳ ଶବ୍ଦ କରୁଥିବା ସାଇଲେନସର ବ୍ୟବହାର କରି, ବିପରୀତ ଦିଗରେ ଗାଡି ଚଲାଇବା ଓ ବିଶେଷ କରି ନାବାଳକ ମାନଙ୍କ ବେପରୁଆ ଗାଡି ଚାଳନା ଉପରେ ଗୁଣପୁର ଉପଖଣ୍ଡ ମାଜିଷ୍ଟ୍ରେଟ ସଚେତନ ନିମନ୍ତେ ଆଞ୍ଚଳିକ ପରିଵହନ ଅଧିକାରୀ, ରାୟଗଡା ଓ ଆଦର୍ଶ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକୁ ଅବମାନନା କରି ବିଭିନ୍ନ ଅସାମାଜିକ ବ୍ୟକ୍ତି ବିଶେଷ ବାରମ୍ବାର ଗାଡି ଗୁଡିକ ରେସିଂ କରିବା ସହ ବିକଟାଳ ଶବ୍ଦ କରି ଚଲାଉଥିଲେ ।

ଗତକାଲି ରାତିରେ ପୋଲିସ ଓ ପରିଵହନ ବିଭାଗ ତରଫରୁ କଡ଼କରି ଯାଞ୍ଚ କରି ୧୩ଟି ଗାଡି ସିଜ କରିବା ସହ ମଦ୍ୟପନ ଜନିତ ପାଞ୍ଚ ଜଣ ଚାଳକଙ୍କୁ, ବିକଟାଳ ଶବ୍ଦ କରୁଥିବା ବେଆଇନ ସାଇଲେନସର ବ୍ୟବହାର କରୁଥିବା ସାତଜଣ, ବିପରୀତ ଦିଗରେ ଆସୁଥିବା ଦୁଇଜଣ, ମୋବାଇଲ ବ୍ୟବହାର କରୁଥିବା ଏକଜଣ, ନାବାଳକ ତିନିଜଣ, ବିନା ହେଲମେଟରେ ୪୩ଜଣ, ଜିନିଷ ପରିଵହନ ଗାଡ଼ିରେ ଲୋକଙ୍କୁ ନେଉଥିବା ୦୪ଟି ଗାଡି ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ୨୭୯୦୦୦ ଟଙ୍କାର ଜରିମାନା କରାଯାଇଛି । ଗୁଣପୁର ଅଞ୍ଚଳରେ ଏଭଳି ଯାଞ୍ଚ ଆଗକୁ ଚାଲୁ ରହିବ ଓ ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments