Homebreaking newsପୂଜକଙ୍କ କଳା କାରନାମା, ଅଶ୍ଳୀଳ ଫଟୋ ଭାଇରାଲ କରି ବନ୍ଧା ହେଲେ

ପୂଜକଙ୍କ କଳା କାରନାମା, ଅଶ୍ଳୀଳ ଫଟୋ ଭାଇରାଲ କରି ବନ୍ଧା ହେଲେ

ଯାଜପୁର, (୧୮/୧୧) : ଆପ୍ର : ପୂଜକଙ୍କ କଳା କାରନାମା । ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ବନ୍ଧା ହେଲେ ପୂଜକ । ପୂଜକ ସାଜିଲେ ସୈତାନ ।

ବନ୍ଧୁତାର ଫାଇଦା ଉଠାଇ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲେ ମନ୍ଦିର ପୂଜକ । ସୋସିଆଲ ମିଡିଆରେ ମହିଳାଙ୍କ ନଗ୍ନ ଫଟୋ ଭାଇରାଲ କରି ବନ୍ଧା ହେଲେ ମନ୍ଦିର ପୂଜକ । ପୋଲିସ ଅଭିଯୁକ୍ତ ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଯଖପୁରା ଅଞ୍ଚଳରେ । ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳର ସନ୍ତୋଷ କୁମାର କର ନାମକ ଜଣେ ବ୍ୟକ୍ତି ଦାନଗଦି ବ୍ଳକ ଯଖପୁରା ଅଞ୍ଚଳରେ ଥିବା ଏକ ମନ୍ଦିରରେ ରହି ପୂଜକ ଭାବେ କାମ କରୁଥିଲେ। ଯାଜପୁର ରୋଡ଼ ଥାନା ଅଂଚଳର ଜଣେ ମହିଳାଙ୍କ ସହ ସନ୍ତୋଷ ବନ୍ଧୁତା କରିଥିଲେ । କୌଶଳକ୍ରମେ ଭିଡ଼ିଓ କଲ୍ ମାଧ୍ୟମରେ ତାଙ୍କର ନଗ୍ନ ଫଟୋ ଉଠାଇ ରଖିଥିଲେ । ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସନ୍ତୋଷ ମହିଳାଙ୍କୁ ବାଧ୍ୟ କରିବା ସହ ତାଙ୍କ କଥାରେ ରାଜି ନହେଲେ ନଗ୍ନ ଫଟୋ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ମହିଳା ଜଣଙ୍କ ସନ୍ତୋଷଙ୍କ କଥାରେ ରାଜି ନହେବାରୁ ସନ୍ତୋଷ ମହିଳାଙ୍କ ନଗ୍ନ ଫଟୋ ତାଙ୍କ ସ୍ବାମୀଙ୍କ WhatsAppକୁ ପଠାଇବା ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦେଇଥିଲେ । ଏନେଇ ମହିଳା ଜଣଙ୍କ ଯାଜପୁର ରୋଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments