ମୁରିବାହାଲ, (୨୮/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ ବଙ୍ଗୋମୁଣ୍ଡା, ତୁରେକେଲା, ବ୍ଲକର ନାରୀ ସଙ୍ଗଠନ ପକ୍ଷରୁ ଗୁରୁବାର ମୁରିବାହାଲ ବ୍ଲକ ସଦର ମହକୁମା ସାପ୍ତାହିକ ବଜାର ପ୍ରାଙ୍ଗଣରେ ଗରିବ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ଶାଢ଼ୀ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା ।
ମୁରିବାହାଲ ସଦର ମହକୁମାର ଶତାଧିକ ବୃଦ୍ଧବୃଦ୍ଧାଙ୍କୁ ଏହି ଶାଢ଼ୀ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା। ନାରୀ ସଙ୍ଗଠନର ସଭାନେତ୍ରୀ ସ୍ୱପ୍ନା ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶାଢ଼ୀ ଓ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଉପସଭାନେତ୍ରୀ ବନିତା ଲୁହା, ସମ୍ପାଦିକା ଇନ୍ଦୁ ବାଗ, ଲାଇବାନୀ ବାଗ, ରିମା ତାଣ୍ଡି, ଭୁବନେଶ୍ୱରୀ ତାଣ୍ଡି, ବିଜୁଲି ବାଗ, ଯଶୋଦା ବାଗ, ପ୍ରତିମା ବାଗ, ସୁଶୀଳ ବାଗ, ଉଲପି ତାଣ୍ଡି, ହୀରା ତାଣ୍ଡି, ଝୁମକି ବାଗ ତଥା ନାରୀ ସଙ୍ଗଠନର ସମସ୍ତ ମହିଳା ସଦସ୍ୟାମାନେ ଉପସ୍ଥିତ ଥିଲେ ।

