Homelocalକଣ୍ଟାବାଞ୍ଜି ଭୋକେସନାଲ୍ କଲେଜରେ ‘ଖେଲୋ ଇଣ୍ଡିଆ ସଂବାଦ’: ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ

କଣ୍ଟାବାଞ୍ଜି ଭୋକେସନାଲ୍ କଲେଜରେ ‘ଖେଲୋ ଇଣ୍ଡିଆ ସଂବାଦ’: ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ

କଣ୍ଟାବାଞ୍ଜି, (୨୮/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଭୋକେସନାଲ୍ କଲେଜରେ ଆଜି ଭିଡିଓ ମାଧ୍ୟମରେ ‘ଖେଲୋ ଇଣ୍ଡିଆ ସଂବାଦ—ଖେଳର କଥା, ପ୍ରଧାନମନ୍ତ୍ରୀଙ୍କ ସହ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ବୃଦ୍ଧି ଏବଂ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚୁଆଲ୍ ସମ୍ବୋଧନ ଶୁଣିଥିଲେ । ପ୍ରଧାନମନ୍ତ୍ରୀ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଯୁବପିଢ଼ିଙ୍କୁ ଖେଳ ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ ଦେଇଥିଲେ । ଜଣେ ଖେଳାଳିଙ୍କ ସଫଳତା କେବଳ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ପରିବାର, ସହର, ରାଜ୍ୟ ଓ ସମଗ୍ର ଦେଶର ଗୌରବ ବୋଲି ସେ କହିଥିଲେ। ୨୦୩୬ର ବିକଶିତ ଭାରତର ଲକ୍ଷ୍ୟକୁ ଆଗରେ ରଖି ଯୁବପିଢ଼ିଙ୍କୁ ଏବେଠାରୁ ନିଜକୁ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଥିଲେ ।

କଣ୍ଟାବାଞ୍ଜି ଭୋକେସନାଲ୍ କଲେଜରେ ଅଧ୍ୟକ୍ଷ ତଥା ପ୍ରାଚାର୍ଯ୍ୟ ଡ. ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ରୋଇଂ ଚାମ୍ପିୟନ୍ ସୁଶ୍ରୀ ରିତୁ କୌଡ଼ି ଯୋଗଦେଇ ନିଜ କ୍ରୀଡ଼ା ଜୀବନର ଅନୁଭୂତି ଓ ସଫଳତା ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଏହି ଅବସରରେ ଶ୍ରୀ ଲଲିତ ମହାନ୍ତି, ଶ୍ରୀ ଜେ.ଏନ୍. ମିଶ୍ର ଓ ଶ୍ରୀମତୀ ସବିତା ମହାପାତ୍ରଙ୍କ ସମେତ କଲେଜର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏନ୍‌ଏସ୍‌ଏସ୍‌ ସଂଯୋଜକ ଜତିନ ଦ୍ୱାରି କାର୍ଯ୍ୟକ୍ରମର ସମନ୍ୱୟ କରିଥିବାବେଳେ ମନୀଷ କୁମାର ମହାନ୍ତି କ୍ରୀଡ଼ା ମନୋଭାବ ଓ ଦେଶ ପ୍ରତି ସମର୍ପଣର ଶପଥ ପାଠ କରାଇଥିଲେ । ଶେଷରେ ଶ୍ରୀ କୃଷ୍ଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments