Homeaccidentଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ସମ୍ବଲପୁର, (୩୦/୧୦) : ଆପ୍ର : ସମ୍ବଲପୁରର ଉପକଣ୍ଠସ୍ଥ ଶାସନ ଥାନା ଅନ୍ତର୍ଗତ ନୁଆମୁଣ୍ଡା ଗ୍ରାମ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଶାସନ ପୁଲିସର ସୁଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ନୁଆମୁଣ୍ଡାରୁ ଶାସନ କୁ ଆସୁଥିବା ରାସ୍ତାରେ ଏକ ମୋଟର ସାଇକେଲରେ ଝାରସୁଗୁଡା ଜିଲା ଗୁଜାପଡା ନିବାସୀ ବଳରାମ ଓରାମ ଏବଂ ନିଲଡୁଙ୍ଗୁରୀ ନିବାସୀ ଅଜିତ ଓରାମ ଆସୁଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଫେରାର ମାରିଥିଲା । ଫଳରେ ଦୁର୍ଘଟଣାରେ ଗୁରୁତର ଆହତ ଉଭୟ ବାଇକ ଆରୋହୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ବଳରାମ ଓରାମ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଆହତ ଅଜିତ ଓରାମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି । ଏ ନେଇ ଶାସନ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ମୃତକଙ୍କ
ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତରିତ କରାଯାଇଛି ବୋଲି ପୁଲିସ କହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments