ସୁବର୍ଣ୍ଣପୁର, (୨୮/୦୮):ଆପ୍ର: ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ ନିମନ୍ତେ ଏକ କାର୍ଯ୍ୟକ୍ରମ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଡ.ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ସୋନପୁର ଉପ ଜିଲ୍ଲାପାଳ ଡ. ସୌମ୍ଯରୂପା ରଥ, ବଲାଙ୍ଗୀର ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବୀଣାପାଣି ମିଶ୍ର ମଞ୍ଚାସୀନ ହୋଇଥିଲେ l ୫୦୦ ଶହରୁ ଉର୍ଦ୍ଧ୍ଵ ମହିଳା ମାନେ ଉକ୍ତ କାର୍ଯ୍ୟ କ୍ରମରେ ଯୋଗଦାନ କରିଥିଲେ ।
ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ ଶ୍ରୀମତୀ ସିଂଦେଓ ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦାନ କରି, ମହିଳା ମାନେ କିପରି ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବେ ଏବଂ ସମସ୍ତ କ୍ଷେତ୍ରରେ ସଶକ୍ତୀକରଣ ହେଇପାରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ମାନଙ୍କୁ ପ୍ରତି କିସ୍ତିରେ ୫,୦୦୦ଟଙ୍କା, ପ୍ରତିବର୍ଷ ୧୦,୦୦୦ଟଙ୍କା ଏବଂ ପାଞ୍ଚ ବର୍ଷରେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ । ସୁଭଦ୍ରାର ପଞ୍ଚମ କିସ୍ତିର ଟଙ୍କା ପ୍ରଦାନ ଅବସରରେ ମହିଳା ମାନଙ୍କୁ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସମ୍ମାନ ର ସୁଯୋଗ ପାଇଁ ପାଞ୍ଚ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଓଡିଶାରେ ପ୍ରଦାନ କରାଯାଉଛି । ଏହାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ, ସ୍ୱାବଲମ୍ବୀ ହେବା ଦ୍ଵାରା ସମ୍ମାନର ସହିତ ପରିବାର ତଥା ଗ୍ରାମରେ ନିଜର ପ୍ରାଧାନ୍ୟ ବିସ୍ତାର କରିପାରିବେ ।
ସୁଭଦ୍ରା ମାନେ ଶିକ୍ଷିତ ହେଲେ ଶିକ୍ଷାର ବିକାଶରେ ନିଜର ପରିବାରକୁ ଶିକ୍ଷିତ କରିପାରିବେ ଏବଂ ସମାଜର ବିଭିନ୍ନ କୁସଂସ୍କାର ପ୍ରଥା କୁ ଦୂରେଇବା ପାଇଁ ସମସ୍ତଙ୍କୁ ସଚେତନ କରିପାରିବେ । ଜିଲ୍ଲାର ସମୁଦାୟ ୧ ଲକ୍ଷ ୪୩ ହଜାର ୯୫୪ ଜଣ ମହିଳା ସମୁଦାୟ ୭୧ କୋଟି ୯୭ ଲକ୍ଷ ୭୦ ହଜାର ଟଙ୍କା ମାତ୍ର ସୁଭଦ୍ରା ର ପଞ୍ଚମ କିସ୍ତି ରେ ସମସ୍ତ ମହିଳା ମାନଙ୍କର ବ୍ଯାଙ୍କ ଖାତାରେ ଜମା ହୋଇଥିବ l ରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ର ଅର୍ଥ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁରର ସମସ୍ତ ମହିଳା ମାନେ ଶୁଣିଥିଲେ l ଏହି କାର୍ଯ୍ୟକ୍ରମଟିକୁ ଶ ମଞ୍ଜୁଶ୍ରୀ ବାରିକ ସଂଯୋଜନା କରିଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ ।

