ପାଟଣା, (୩୦/୧୦) : ଆପ୍ର : ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ଗଣ୍ଡଶିଳା ଗ୍ରାମର ମାଧବାନନ୍ଦ ମହାନ୍ତଙ୍କ ଦଶମ ଶ୍ରେଣୀରରେ ପାଠ ପଢ଼ୁଥିବା ପୁଅ ନରେନ୍ଦ୍ର କୁମାର ମହାନ୍ତ(୧୫) ମୂଷାମରା ଖାଇ ଆତ୍ମହତ୍ୟା କରିଛି ।
ମିଳିଥିବା ଖବର ଅନୁଯାୟୀ ନରେନ୍ଦ୍ର ପରିବାର ଲୋକଙ୍କୁ ତା ପାଇଁ ଏକ ମୋବାଇଲ ମାଗିଥିଲା । ତେବେ ଏହା ନପାଇବାରୁ ସମ୍ଭବତଃ ମାନସିକ ଭାରସାମ୍ୟ ହରାଇ ଗତ ୨୭ ତାରିଖ ସନ୍ଧ୍ୟାରେ ଘରେ ଥିବା ମୂଷାମରା ଖାଇଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ ଘଟଗାଁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରା ଯାଇଥିଲା ଯେଉଁଠାରେ ତାର ମୃତ୍ୟୁ ଘଟିଛି । ଘଟଗାଁ ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ୬୩/୨୦୨୬ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

