Homelocalମୁରିବାହାଲରେ ଉତ୍ସାହର ସହ ପାଳିତ ହେଲା ୮୦ତମ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ

ମୁରିବାହାଲରେ ଉତ୍ସାହର ସହ ପାଳିତ ହେଲା ୮୦ତମ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ

ମୁରିବାହାଲ, (୧୫/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହାଇସ୍କୁଲ ଖେଳ ପଡ଼ିଆରେ ଶନିବାର ଦିନ ୮୦ତମ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି ।WhatsApp Image 2026 08 16 at 17.01.35 1

ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରେ ଶ୍ରୀ ମେହେର ଉଦ୍‌ବୋଧନ ଦେଇ ଦେଶର ସ୍ୱାଧୀନତା ସଂଗ୍ରାମ ସହ ବୀର ଯବାନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସେମାନଙ୍କ ତ୍ୟାଗ ଓ ସଂଘର୍ଷ ଯୋଗୁଁ ଦେଶ ଦୀର୍ଘଦିନର ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତା ଲାଭ କରିଥିବା ସେ କହିଥିଲେ ।WhatsApp Image 2026 08 16 at 17.01.35 2

କାର୍ଯ୍ୟକ୍ରମରେ ବିଡିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ଅତିରିକ୍ତ ତହସିଲଦାର ଅଜିତ କୁମାର ଶବର, ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ଥାନା ଅଧିକାରୀ ବୁଲୁମୁଣ୍ଡା, ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, +୨ କଲେଜ ଅଧ୍ୟକ୍ଷ ଡଃ ରମେଶ ଚନ୍ଦ୍ର ମହାନ୍ଦ, ଏବିଇଓ କୋଦଣ୍ଡଧର ଧର ଭୋଇ, ଓଏଭି ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ଜିପିଡିଓ ପ୍ରସନ୍ନ ନାଗ, ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଶାନ୍ତ କୁଁଅର, ଜିଲ୍ଲା ଓଷ୍ଟା ସଭାପତି ପ୍ରଦୀପ ପୁଟେଲ ପ୍ରମୁଖ ମଞ୍ଚାସୀନ ଥିଲେ ।

ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଏଥିରେ ଯୋଗଦେଇଥିଲେ । ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତିପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। କମିଟି ସଦସ୍ୟ ସୁଦାମ ବଘାର ମଞ୍ଚ ପରିଚାଳନା କରିଥିବାବେଳେ କମିଟି କୋଷାଧକ୍ଷ ତଥା ବିଏସଏସଓ ରିଙ୍କୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments