ଢେଙ୍କାନାଳ, (୧୩/୧୦) : ଆପ୍ର : ରାସ୍ତାରେ ଉଚ୍ଚ ଶଦ୍ଦ କରୁଥିବା ମୋଡିଫାଏଡ୍ ୫୦ ବୁଲେଟ ଗାଡିର ସାଇଲେନ୍ସ ଉପରେ ଚଢ଼ିଲା ରୋଲର ।
ଢେଙ୍କାନାଳ ରାସ୍ତାରେ ଉଚ୍ଚ ଶବ୍ଦ କରି ବୁଲେଟ୍ ଚଲାଉଥିବା ଗାଡ଼ି ଉପରେ ଆକ୍ସନ । ବୁଲେଟ୍ ଚାଳକ ମାନଙ୍କୁ ଏବେ ଗୋଡାଇ ଗୋଡାଇ ଧରୁଛି ପୋଲିସ୍ । ଢେଙ୍କାନାଳ ଟାଉନଥାନା ଆଗରେ ରାସ୍ତା ଉପରେ ୫୦ଟି ମୋଡିଫାଏଡ୍ ସାଇଲେନ୍ସର ଉପରେ ଚାଲିଲା ରୋଲର୍ । ଅମାନିଆ ବୁଲେଟ ଚାଳକ ମାନେ ଯେଉଁ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ସହରରେ ଉଚ୍ଚ ଶବ୍ଦ କରି ଗାଡ଼ି ଚଲାଉଥିଲେ ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବା ସହ ୫୦ଟି ମୋଡିଫାଏଡ୍ ସାଇଲେନ୍ସର ଜବତ କରାଯାଇଛି । ସେସବୁ ଉପରେ ରୋଲର ଚଢ଼ି ନଷ୍ଟ କରାଯାଇଛି । ପାର୍ବଣ ସମୟରେ ଏଭଳି ଉଚ୍ଚ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇ ଗାଡ଼ି ଚଳାଇବାକୁ ଅପିଲ୍ କରିଛନ୍ତି ଢେଙ୍କାନାଳ ଏସପି । ନଚେତ୍ ମୋଟା ଅଙ୍କର ଫାଇନ ଆଦାୟ ସହ ସାଇଲେନ୍ସର କୁ ନଷ୍ଟ କରାଯିବ ବୋଲି ଏସପି କହିଛନ୍ତି । ଆଗକୁ ଏଭଳି କଡା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ମଧ୍ୟ ଏସପି କହିଛନ୍ତି ।

