Homelocalକଳିଙ୍ଗ ଘାଟି ଓ ଗାଜଲବାଡ଼ି ରାସ୍ତା ରେ ଚାଲିଲା ଯାନବାହାନ

କଳିଙ୍ଗ ଘାଟି ଓ ଗାଜଲବାଡ଼ି ରାସ୍ତା ରେ ଚାଲିଲା ଯାନବାହାନ

ବାଲିଗୁଡା, (୨୨/୧୧) : ଆପ୍ର : ବାତ୍ୟା ‘ଆକଭାନ’ ପ୍ରଭାବରେ କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟି ଓ ଗାଜଲବାଡ଼ି ରାସ୍ତାରେ ଲାଗୁ ହୋଇଥିବା ଯାନବାହନ ଚଳାଚଳ କଟକଣାକୁ ପ୍ରଶାସନ ପକ୍ଷରୁ ପ୍ରତ୍ୟାହାର କରାଯାଇଛି ।WhatsApp Image 2026 11 22 at 19.29.26 1

ଏହାପରେ କଳିଙ୍ଗ ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ପୁଣି ସ୍ବାଭାବିକ ହୋଇଛି । ସେହିପରି ଦାରିଙ୍ଗବାଡ଼ିର ଗାଜଲବାଡ଼ି ଘାଟି ରାସ୍ତାରେ ମଧ୍ଯ ଛୋଟ ଯାନବାହନ ଚଳାଚଳକୁ ଅନୁମତି ମିଳିଛି । ପାଣିପାଗରେ ସୁଧାର ଆସିବା ପରେ ବିଭାଗୀୟ ଅଧୂକାରୀମାନେ କଳିଙ୍ଗ ଘାଟି ରାସ୍ତାର ସୁରକ୍ଷା ସ୍ଥିତି ଯାଞ୍ଚ କରିଥିଲେ । ରାସ୍ତାଟି ଯାତାୟାତ ପାଇଁ ସୁରକ୍ଷିତ ଥିବା ରିପୋର୍ଟ ମିଳିବା ପରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ପୂର୍ବରୁ ଜାରି ହୋଇଥିବା କଟକଣା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିଛନ୍ତି ।

ସୂଚନାଯୋଗ୍ୟ ବାତ୍ୟା ‘ଆକଭାନ’କୁ ଦୃଷ୍ଟିରେ ରଖ୍ ଗତ ୧୯ ତାରିଖରୁ କଳିଙ୍ଗ ଏବଂ ଗାଜଲବାଡ଼ି ଘାଟି ରାସ୍ତାରେ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଥିଲା। କଟକଣା ପ୍ରତ୍ୟାହାର ପରେ ରାସ୍ତାରୁ ବ୍ୟାରିକେଡ୍ ହଟାଇବା ସହ ଯାତାୟାତ ସୁଗମ କରିବାକୁ ଜିଲ୍ଲାପାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜାତୀୟ ରାଜପଥ ବିଭାଗ, ଉପଜିଲ୍ଲାପାଳ, ତହସିଲଦାର ଏବଂ ସ୍ଥାନୀୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, କନ୍ଧମାଳଙ୍କ ପକ୍ଷରୁ ଜାରିହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments