Homeaccidentଟ୍ରକ୍ ପଛପଟେ ପିଟିହେଲା ବସ୍, ଦୁର୍ଘଟଣାରେ ଛିଣ୍ଡିଗଲା ଯାତ୍ରୀଙ୍କ ହାତ

ଟ୍ରକ୍ ପଛପଟେ ପିଟିହେଲା ବସ୍, ଦୁର୍ଘଟଣାରେ ଛିଣ୍ଡିଗଲା ଯାତ୍ରୀଙ୍କ ହାତ

ଢେଙ୍କାନାଳ, (୧୦/୧୦) : ଆପ୍ର : ଦୁର୍ଘଟଣାରେ ଛିଣ୍ଡିଗଲା ଯାତ୍ରୀଙ୍କ ହାତ । ଟ୍ରକ୍ ପଛପଟେ ପିଟିହେଲା ବସ୍ । ଦୁର୍ଘଟଣାରେ ଯାତ୍ରୀଙ୍କ ହାତ ଛିଣ୍ଡିଗଲା ।

ଢେଙ୍କାନାଳ ମୋଟଙ୍ଗା ଥାନା ନିମବାହାଳୀ ଠାରେ ଟ୍ରକକୁ ପଛ ପଟୁ ପିଟି ହେଲା ବସ୍ । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଇନ୍ଦିପୁରରୁ ଏକ ବସ୍ ଯୋଗେ ମେରାମଣ୍ଡଳୀର ଘରୋଇ କମ୍ପାନୀରେ କାମ କରୁଥିବା ୪୦ ଠିକା କର୍ମଚାରୀ ଯାଉଥିଲେ । ହଠାତ୍ ବସଟି ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ଜଣଙ୍କ ହାତ ଛିଣ୍ଡିଯାଇଛି । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments