Homelocalବିନିକା ରେ ମେଗା ସ୍ୱାସ୍ଥ୍ୟ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ବିନିକା ରେ ମେଗା ସ୍ୱାସ୍ଥ୍ୟ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୨/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ରେ ରାଜ୍ୟ ସ୍ତରୀୟ ଅଭିଜିତ ସୃତି କମିଟି ପକ୍ଷରୁ ମାଗଣା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ, ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ସ୍ୱାସ୍ଥ୍ୟ ଶିବିର ରେ ସୁପର ସ୍ପେସିଆଲିଷ୍ଟ ବିଭାଗ ରେ ଡା ନୟନ କୁମାର ପଟେଲ, ଡା ଖଗେଶ୍ୱର ବେହେରା, ଡା ରାଜେଶ କୁମାର ମେହେର, ସନ୍ଧ୍ୟା ବୀରଗଣ୍ଠିଆ, ଡା ସଞ୍ଜୟ କୁମାର ମହାପାତ୍ର, ଡା ନିହାର ରଞ୍ଜନ ଭୋଇ, ସ୍ପେସିଆଲିଷ୍ଟ ବିଭାଗ, ଡା ଶଙ୍କର ରାମ ଚାନ୍ଦିନୀ, ଡା ସଞ୍ଜୟ କୁମାର ପଧାନ, ଡା ପ୍ରତୀକ ମହାରଣା, ଡା ବେଣୁଧର ପାଣ୍ଡେ ଡା ଆକାଶ କୁମାର ଜୈନ, ଡା ସ୍ୱରାଜ ନନ୍ଦିନୀ ପାଣ୍ଡେ, ଡା ପ୍ରଜ୍ଞାନ କୁମାର ଗୁରୁ, ଡା ରବୀନ୍ଦ୍ର ନାଥ ପଣ୍ଡା, ଡା ଦୀପକ ଦାସମହାପାତ୍ର, ଡା ବିପିନ ବିହାରୀ ସାହୁ, ଡା ଭବାନୀ ଶଙ୍କର ମେହେର, ପ୍ରମୁଖ ଯୋଗଦେଇ ନିଜ ନିଜ ବିଭାଗ ର ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ ।

ସମ୍ବଲପୁର ତ୍ରିଲୋଚନ ଚକ୍ଷୁ ଚିକିତ୍ସାଲୟ ପକ୍ଷରୁ ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଛି । ଏହି ଅବସରରେ ଶିଶୁମନ୍ଦିର ଠାରେ ଶତାଧିକ କବି ନିଜ ନିଜ କବିତା ପାଠ କରିଥିଲେ । ଅଭିଜିତ ସୃତି ରେ ଏକ ସଭା ପ୍ରଫେସର ଡାକ୍ତର ବେଣୁଧର ପାଣ୍ଡେ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ପ୍ରମିଳା କଳତା, ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ, ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ରେଖା ପଧାନ, ସିଙ୍ଗିଯୁବା ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ତା, ଆଇନଜୀବୀ ଅଦ୍ଵୈତ କୁମାର ପଣ୍ଡା, ପ୍ରମୁଖ ଯୋଗଦେଇ ଅଭିଜିତ ଙ୍କ ସୃତି ଉଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକୁ କମିଟିର ସଭାପତି ଅର୍ଚ୍ଚନା ପୂଜାରୀ ପରିଚାଲନା କରିଥିବା ବେଳେ ଶିକ୍ଷାବିତ ସୁଦାମ ନାଏକ ଧନ୍ୟବାଦ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments