Homelocalଜିଲ୍ଲା ସ୍ତରୀୟ ଦିଆଲ ପରବ ଭେଟ ଘାଟ

ଜିଲ୍ଲା ସ୍ତରୀୟ ଦିଆଲ ପରବ ଭେଟ ଘାଟ

ରାୟଗଡା, (୨୩/୧୧) : ଆପ୍ର : ଆସନ୍ତା ୨୬-୧୧-୨୬ ଗୁରୁବାର ଦିନ ରାୟଗଡ଼ ସହରସ୍ଥିତ ଜିସିଡି ଖେଳ ପଡ଼ିଆ ଠାରେ ଡମ୍ ସମାଜ ପକ୍ଷରୁ ଦିଆଲ୍ ଭେଟଘାଟ ୨୦୨୬ଅନୁଷ୍ଟିତ ହେବାକୁ ଯାଉଛି ।WhatsApp Image 2026 11 22 at 14.12.56

ଏ ନେଇ ରାୟଗଡା ଜିଲ୍ଲାର ଡମ୍ ସମାଜ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ଧନୀରାମ ନାୟକ, ସମ୍ପାଦକ ଜନାର୍ଦ୍ଦନ ଗରଡା, ଉପ ସଭାପତି ନରେନ୍ଦ୍ର ନାୟକ ଏବଂ ପରାମର୍ଶ ଦାତା ଅଭିମନ୍ୟୁ କନ୍ଧପାଣି ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି କୋରାପୁଟ୍ ବିଧାୟକ ରଘୁରାମ ମାଛ ଏବଂ ରାଜ୍ୟ ସଭାପତି ସରୋଜ କୁମାର ନାୟକ ଉପସ୍ଥିତ ରହିବେ । ଉଦଘାଟନ କରିବେ ଦୟାନିଧି ବାଘ୍ ।

ଏଥି ସହିତ କୋରାପୁଟ୍, ମାଲକାନଗିରି, ନବରଙ୍ଗପୁର ତିନୋଟି ଜିଲ୍ଳାର ସଭାପତି ମାନଙ୍କ ସହ ଅଭିବକ୍ତ କୋରାପୁଟ୍ ଜିଲ୍ଲାର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିବେ । ୨୬ ତାରିଖ ଦିନ ରାୟଗଡ଼ ସହର ଚାରି ଦିଗରୁ ଆସି ବସଷ୍ଟାଣ୍ଡ ନିକଟରେ ଥିବା ଡ. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶାରଳା ଛକ, ମୁଖ୍ୟ ବଜାର ଓ ପୂରୁଣା ବସଷ୍ଟାଣ୍ଡ ଦେଇ ଉଦଘାଟନି ପଡ଼ିଆରେ ପହଞ୍ଚିବେ । ଏହି କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ପାଇଁ ଡମ୍ ସମାଜର ଜନାର୍ଦ୍ଧନ ଗରଡା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments