Homelocalଆଖି ପିଛୁଳାକେ ନଦୀରେ ଭାସି ମହିଳା ନିଖୋଜ, ଉଦ୍ଧାର କାର୍ଯ୍ୟ ରେଫୟାର ଟିମ

ଆଖି ପିଛୁଳାକେ ନଦୀରେ ଭାସି ମହିଳା ନିଖୋଜ, ଉଦ୍ଧାର କାର୍ଯ୍ୟ ରେଫୟାର ଟିମ

ଗଞ୍ଜାମ, (୨୨/୧୧) : ଆପ୍ର : ପ୍ରଶାସନ, ର ବାରମ୍ବାର ତାଗିତ ପରେ ମଧ୍ୟ ନଦୀକୁ ବର୍ତମାନ ପାଣି ଆସିଥିବାରୁ ଗାଧୋଇବାକୁ ଯିବାକୁ ବାରଣ କରୁଥିଲା ବେଳେ କେ ଏନ ପୁର ଓ ବ୍ଲକରେ ପିଛା ଛାଡ଼ୁନି ନଦୀରେ ଭାସି ଯାଇ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି ବିଶେଷ ଙ୍କ ସଂଖ୍ୟା ।WhatsApp Image 2026 11 22 at 18.34.53

ଛ ମାସ ମଧ୍ୟରେ ପ୍ରାୟ 6ରୁ ଅଧିକ ବ୍ୟକ୍ତି ପାଣିରେ ବୁଡି ମୃତ୍ୟୁ ବରଣ କରିଥିବାର ଖବର ରହିଥିଲା ବେଳେ ଆଜି ପୁଣି ଏକ ଦୁଖଦଃ ଘଟଣା ଘଟିଛି ସେହି କେ ଏନ ପୁର ଗ୍ରାମରେ ସକାଳେ ଜଣେ ମହିଳା ଶୁଭଲକ୍ଷ୍ମୀ ବେହେରା (୩୬) ବର୍ଷ ସ୍ନାନ ପାଈଁ ନଦୀକୁ ଗାଧୋଇବାକୁ ଯାଇ ଆଖି ପିଛୁଳାକେ ଗୋଡ଼ ଖସି ନିଖୋଜ ହୋଇ ଯାଇଛନ୍ତି । ଏହି ଘଟଣା ଦେଖି ଘଟିଛି ପାଖରେ ଥିବା କିଛି ଲୋକ ପାଣିକୁ ଡେଇଁ ଉଦ୍ଧାର କରିବାକୁ ଚେଷ୍ଟାକରି ବିଫଳ ପରେ ଲୋକମାନେ ଫାୟାର, ପୋଲିସ ଓ ତହସିଲଦାର ଙ୍କୁ ଖବର ଦେଇଥିଲେ ।WhatsApp Image 2026 11 22 at 18.34.52

ଘଟଣା ସ୍ଥଳରେ ସମସ୍ତେ ପହଂଚି ଉଦ୍ଧାର କାର୍ଯ୍ୟ ଜାରିରଖିଥିଲେ ମଧ୍ୟ ଶୁଭ ଲକ୍ଷ୍ମୀ ଙ୍କ କୌଣସି ସନ୍ଧାନ ଅପରାହ୍ନ ପର୍ଯ୍ୟନ୍ତ ନମିଳିବାରୁ ଖାଇବା ପାଈଁ ସମସ୍ତେ ଚାଲି ଯାଇଥିଲେ । ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଖାଇବା ପରେପରେ ଅଭିଯାନ ପୁଣି ଆରମ୍ଭ ହେବ ବୋଲି କହିଛନ୍ତି ଫାୟାର ବିଭାଗ । ତେବେ ଏହି ଘଟଣାରେପୁରା ପରିବାର ମ୍ରିୟମାଣ ହୋଇପଡ଼ିଥିବା ଦେଖିବାକୁ ମିଳୁଛି । ତେବେ ଘରେ ଗୋଟିଏ ବଡ଼ ପୁଅ ଯାହାର ଆସନ୍ତା ୨୮ ତାରିଖରେ +୨ ପରୀକ୍ଷା ଅଛି ଏପଟେ ଗୋଟିଏ ଝିଅର ମାନସିକ ଅବସ୍ଥା ଉଦବେଗ ଜନକ ଅଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments