Homelocalରାୟଗଡା କାର୍ଯ୍ୟଳୟ ପକ୍ଷରୁ ପରି ସଂଖ୍ୟାନ ଦିଵସ ପାଳିତ

ରାୟଗଡା କାର୍ଯ୍ୟଳୟ ପକ୍ଷରୁ ପରି ସଂଖ୍ୟାନ ଦିଵସ ପାଳିତ

ରାୟଗଡା, (୩୦/୦୬) : ଆପ୍ର : ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ରାୟଗଡ଼ା ପକ୍ଷରୁ ଆଜି ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ସ୍ଥାନୀୟ Watershed Conference Hall ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଯୋଜନା ଓ ପରିସଂଖ୍ୟାନ ଉପ ନିର୍ଦ୍ଦେଶକ ହିମାଂଶୁ ମୋହନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଯୋଜନା ଓ ପରିସଂଖ୍ୟାନ ଉପ ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ମୋହନ ଲେଙ୍କା, ଅର୍ଥନୀତି ସହ ଅଧ୍ୟାପକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାୟଗଡା (ଶ୍ରୀ ତୁବକ କୁମାର ବେଣିଆ, SDVO ରାୟଗଡ଼ା ଶ୍ରୀ ଡଃ ଅଶୋକ କୁମାର ବେହେରା ସମୂହ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ଚଳିତ ବର୍ଷର ମୁଖ୍ୟ ପ୍ରସଙ୍ଗ ପ୍ରଶାସନିକ ତଥ୍ୟ ଓ ସମ୍ଭାବନାର ଉନ୍ମୋଚନ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।

ସେମାନେ ନିଜ ନିଜ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ପ୍ରଶାସନିକ ସ୍ତରରେ ସଂଗୃହିତ ହେଉଥିବା ବିଭିନ୍ନ ତଥ୍ୟ ମଧ୍ୟରେ ଅସୀମ ସମ୍ଭାବନା ଲୁଚି ରହିଛି । ଏହି ସରକାରୀ ତଥ୍ୟଗୁଡ଼ିକର ସଠିକ୍ ବିଶ୍ଳେଷଣ ଓ ଉପଯୋଗ ଦ୍ଵାରା ନୀତି ପ୍ରଣୟନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଏବଂ ଲୋକାଭିମୁଖୀ କରାଯାଇପାରିବ ବୋଲି ଅତିଥିମାନେ ବର୍ଣ୍ଣନା କରିଥିଲେ ।

ସେହିପରି, ଶାସନ ବ୍ୟବସ୍ଥାରେ ସ୍ଵଚ୍ଛତା ଆଣିବା ସହ ଜନସାଧାରଣଙ୍କ ନିକଟରେ ସେବା ପ୍ରଦାନକୁ ଅଧିକ ଦ୍ରୁତ ଓ ପ୍ରଭାବଶାଳୀ କରିବା ଦିଗରେ ଏହି ପ୍ରଶାସନିକ ତଥ୍ୟର ବ୍ୟବହାର ଏକ ମାଇଲଖୁଣ୍ଟ ସାଜିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆୟୋଜିତ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର ସ୍ଥାନୀୟ ମହାବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ଶେଷରେ ସହ ନିର୍ଦ୍ଦେଶିକା ମିସ ରଶ୍ମିରେଖା ପ୍ରଧାନ ସୂଚାରୁ ରୂପେ କାର୍ଯ୍ୟକ୍ରମ ପରିଚାଳନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments