Homelocalବିନିକାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ବିନିକାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ସୁବର୍ଣ୍ଣପୁର, (୧୬/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିନିକା ସିଦ୍ଧାର୍ଥ କଲେଜ ପଡିଆରେ ସର୍ବସାଧାରଣ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2026 08 17 at 06.50.19

ଏଥିରେ ବିନିକା ସହରର ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ପେରେଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏନଏସି ଅଧକ୍ଷ ସୁବାଷ ଚନ୍ଦ୍ର ଭୁଏ ଙ୍କ ସ୍ୱାଗତ ଭାଷଣ ପରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଳା ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ l ତା’ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟ୍ୟରେ ପେରେଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶାତ୍ମକ ବୋଧକ ନାଚଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପେରେଡ଼ ପ୍ରତିଯୋଗିତାରେ ସେଣ୍ଟସ ଭେଲି ଉଚ୍ଚ ବିଦ୍ୟାଳୟ (ପ୍ରଥମ), ସେବା ଏକାଡେମୀ (ଦ୍ଵିତୀୟ), ମହିଳା ଡିଗ୍ରୀ ମହାବିଦ୍ୟାଳୟ (ତୃତୀୟ) ସ୍ଥାନ ଅଳଙ୍କୃତ କରିଥିଲେ ।

ପେରେଟରେ ବିଚାରକ ଭାବେ ବିନିକା ଥାନା ସବ ଇନିସ୍ପେକ୍ଟର ମାରୁତ ଚନ୍ଦ୍ର ପଧାନ, ଫାୟାର ଅଫିସର ତେଜରାଜ ସାହୁ ଓ ଅବସର ପ୍ରାପ୍ତ ସେନା ଅଧିକାରୀ ଆଶିଷ ରଞ୍ଜନ ରଥ ଦାୟିତ୍ୱ ତୁଲାଇଥିଲେ ଲ ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମର କନିଷ୍ଠ ବର୍ଗରେ ବିନିକା ବାଳିକା ଉଚ୍ଚ ବିଦ୍ୟାଳୟ (ପ୍ରଥମ), ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର (ଦ୍ଵିତୀୟ), ଓଡିଶା ଆଦର୍ଶ ବିଦ୍ୟାଳୟ (ତୃତୀୟ) ଏବଂ ବରିଷ୍ଠ ବର୍ଗରେ ସେବା ଏକାଡେମୀ (ପ୍ରଥମ), ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ (ଦ୍ଵିତୀୟ), ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ତୃତୀୟ) ସ୍ଥାନ ଅଳଙ୍କୃତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ ଶ୍ରଦ୍ଧାଞ୍ଜଳି ମିଶ୍ର, ମିଥୁନ ସାହୁ, ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମଟି ବିନିକା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ହୋଇଥିବା ବେଳେ ଏନଏସିର ସମସ୍ତ କର୍ମଚାରୀ, ବିଭିନ୍ନ କ୍ଲବ ଓ ସ୍ବେଛାସେବୀ ସଂଗଠନ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଏନଏସିର ସମସ୍ତ କାଉନସିଲର ଏବଂ ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଅଭିଭାବିକା ଏବଂ ବିନିକା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ଜନସାଧାରଣ ଉପସ୍ଥିତ ଥିଲେ । ହିମାଂଶୁ ଭୂଷଣ ପଣ୍ଡା ଉଦଘୋଷକ ଭାବେ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଏନଏସି ଉପାଧକ୍ଷା ତପସ୍ୱିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments