Homebreaking newsକାଜୁ ଜଙ୍ଗଲରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

କାଜୁ ଜଙ୍ଗଲରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

କାମାକ୍ଷାନଗର, (୧୬/୦୮) : ଆପ୍ର : କାଜୁ ଜଙ୍ଗଲରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ।

କାମାକ୍ଷାନଗର ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି ଗାଁ ନିକଟ କାଜୁ ଜଙ୍ଗଲରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା କନ୍ତିଓ ପୁଟସାହି ଗ୍ରାମର ସଂଯୁକ୍ତା ସାହୁ । ଗତକାଲି ସଂଯୁକ୍ତା ଘରୁ ଧାନ ତଳି ଲଗାଇବା ପାଇଁ ଲେବର୍ ପାଖକୁ ଯିବାକୁ କହି ଆଉ ଘରକୁ ଫେରିନଥିଲେ। ବିଳମ୍ବିତ ରାତି ଯାଏଁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ, ହେଲେ କୌଣସି ସନ୍ଧାନ ମିଳନଥିଲା । ଘର ନିକଟରୁ ଜଣେ ଯୁବକଙ୍କ ସହ ବାଇକରେ ଯାଇଥିବା ପରିବାର ଲୋକେ ଦେଖିଥିବା କହିଛନ୍ତି । ଆଜି ସକାଳୁ ଗାଁ ନିକଟସ୍ଥ କାଜୁ ଜଙ୍ଗଲରୁ ସଂଯୁକ୍ତାଙ୍କ ମୃତଦେହ ମିଳିଛି । ତେବେ ଟଙ୍କା କାରବାରକୁ ନେଇ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କାମାକ୍ଷାନଗର SDPO ଓ ତୁମୁସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments