Homeaccidentସିଂହାସିନୀ ଦର୍ଶନ ନୋହିଲା, ଲଡକା ପଲି ନିକଟରେ ବସ ଧକ୍କାରେ ୧୨ଜଣଙ୍କ ମଧ୍ୟରୁ ୬ମୃତ, ୬...

ସିଂହାସିନୀ ଦର୍ଶନ ନୋହିଲା, ଲଡକା ପଲି ନିକଟରେ ବସ ଧକ୍କାରେ ୧୨ଜଣଙ୍କ ମଧ୍ୟରୁ ୬ମୃତ, ୬ ଆହାତ

ଗଞ୍ଜାମ, (୨୫/୦୫) : ଆପ୍ର : ସିଂହାସିନୀ ମନ୍ଦିର କୁ ଭୋଜି ଖାଇବାକୁ ଯିବା ହେଲା କାଳ, ଅଟୋ କୁ ଧକ୍କା ଦେଲା ଯାତ୍ରୀବାହି ବସ, ୬ମୃତ, ୬ ଗୁରୁତର, ବସ ଡ୍ରାଇଭର ଫେରାର, ହେଲ୍ପର ଗାଡି ନେଇ ଥାନାରେ ହାଜର ।

ଆଉ କିଛିସମୟ ପରେ ପରିବାର ରେ ହୋଇଥାନ୍ତା ଖୁସି ର ମାହୋଲ, ଶକ୍ତିପୀଠ ମା ସିଂହାସନି ଙ୍କ ପୀଠରେ ପରିବାର ସଦସ୍ୟ ଙ୍କ ମୁଣ୍ଡନ ସହିତ ଭୋଜି ଖାଇବା ମଜା ମିଳିଥାନ୍ତା, କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଆଉ ମାତ୍ର କିଛି ଘଣ୍ଟ ବ୍ୟବଧାନ ରେ ପହଞ୍ଚି ଥାନ୍ତେ ଗନ୍ତବ୍ୟ ସ୍ଥଳରେ, ହଠାତ ଆଖି ପିଛୁଳାକେ ସବୁ କିଛି ଏପଟସେପଟହୋଇଗଲା । ଆର ପାରିକୁ ଚାଲିଗଲେ ୬ ସଦସ୍ୟ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡକାପଲ୍ଲୀ ଛକରେ । କୋଦଳାରୁ ଆସୁଥିବା ଏକ ଯାତ୍ରୀବାହି ବସ ଗୋଟିଏ ଯାତ୍ରୀବାହି ଅଟୋ କୁ ଧକ୍କାଦେବା ଫଳରେ ଅଟୋରେ ବସିଥିବା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ହୋଇଥିବା ଜଣାପଡିଛି ।

ପ୍ରତ୍ୟକ୍ଷ୍ୟ ଦର୍ଶୀ ଙ୍କ ସୂଚନା ଅନୁଯାୟୀ ଗୋଟିଏ ଯାତ୍ରୀବାହୀ ଅଟୋ ବ୍ରହ୍ମପୁର ନିକଟ ସୋରଳ ରୋଡ୍ ଏରେଣ୍ଡ୍ରା ରୁ କୋଦଳା ନିକଟ ଶକ୍ତିପୀଠ ସିଂହାସନୀ କୁ ଏକ ମୁଣ୍ଡନ ଭୋଜି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିବା ବେଳେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀ ବୁଲାଣି ରାସ୍ତା ଠାରେ ଡାଇମଣ୍ଡ ନାମକ ଏକ ଯାତ୍ରୀବାହି ବସ୍ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ସମ୍ପୂର୍ଣ ଲୋଚାହୋଇ ବିଲମଧ୍ୟକୁ ଖସିପଡ଼ିଥିଲା, ସେଠାରେ ଉପସ୍ଥିତ ଲୋକେ ଦମକଳ, ଆମ୍ବୁଲାନ୍ସ ଓ ପୋଲିସ କର୍ମଚାରୀଙ୍କୁ ଖବର ଦେବାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ପୋଲିସ କର୍ମଚାରୀ ପହଞ୍ଚି ଆହତଙ୍କୁ କଟର ସାହାଯ୍ୟ ରେ ଅଟୋ ରୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ 6 ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତକଙ୍କ ମଧ୍ୟରେ ୨ ନାବାଳିକା ରହିଥିବା ବେଳେ ଗୁରୁତର ଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ସୂଚନା ମିଳିଛି। ନାବାଳିକା ୨ ଜଣଙ୍କ ବୟସ ୧୦ ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ମୃତକ ମାନେ ହେଲେ କିରଣ ବେହେରା (୧୦) ସନି ବେହେରା (୧୨) ନୀଳା ବେହେରା (୫୦) ନାରସୁ ବେହେରା (୪୩) ରତନୀ ବେହେରା (୪୦) ମଲ୍ଲି ବେହେରା (୭୫)। ଗୁରୁତର ମାନେ ହେଲେ ଅଳକା ବେହେରା (୧୭) କନକ ବେହେରା (୬୦) ଭାଗ୍ଯ ବେହେରା (୫୫) ଝିଲି ବେହେରା (୪୦), ଗୀତାଞ୍ଜଳି ବେହେରା ଓ ଅଟୋ ଡ୍ରାଇଭର ବାବୁ ପ୍ରଧାନ ।

ଏହି ମର୍ମଦୁନ୍ତ ହୃଦୟ ବିଦାରକ ଖବର ପାଇ ସ୍ଥାନୀୟ ଜନସାଧାରଣ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୁଣ୍ଡ ହୋଇଥିବା ବେଳେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ୍ କୁମାର ନାୟକଙ୍କ ସମେତ କୋଦଳା ଓ ପୁରୁଷୋତ୍ତମପୁର ପୋଲିସ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁରୁଷତ୍ତମପୁର ଥାନାରେ ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରାଯାଇଥୁବା ନେଇ ଏସ୍ଡ଼ିପିଓ ପ୍ରକାଶ କରିଛନ୍ତି କାହିଁକି ଏବଂ କେମିତି ଏହି ଦୁର୍ଘଟଣା ଘଟିଲା ତାର ତଦନ୍ତ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି, ତେବେ ପ୍ରାଥମିକ ସୂଚନାରୁ ଜଣା ପଡିଛି ଯେ ସେଇ ଲଡକା ପଲି ବୁଲାଣି ଛକ ରେ ଏକ ସୀମାକଁୟା ଗଛ ପୂର୍ତ୍ତ ବିଭାଗ ର ରାସ୍ତା ଉପରେରହିଛି, ଯାହାଦ୍ୱାରା ସେପଟରୁ ଆସୁଥିବା କିଛି ଗାଡି, ମୋଟର କାହାକୁ କିଛି ଦେଖାଯାଉ ନାହିଁ, ତେଣୁ ପୂର୍ତ୍ତ ବିଭାଗ ର ଏହି ଗଛଟିକୁ ପୂର୍ବରୁ କାଢ଼ି ଦେଇଥାନ୍ତା ତେବେଏପରି ଘଟଣା ଘଟି ନଥାନ୍ତା ବୋଲି ସ୍ଥାନୀୟ ଲୋକଙ୍କ ମତ ।

ଏପଟେ ଗଞ୍ଜାମ ଜିଲ୍ଲପାଳଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସମସ୍ତ ମୃତକ ଙ୍କ ପରିବାର ଙ୍କୁ ରେଡ଼କ୍ରସ ଫଣ୍ଡରୁ ୩୦ ହଜାର ଲେଖାଏଁ କରିଛନ୍ତି, ଏବଂ ଆହାତ ଙ୍କ ଖର୍ଚ୍ଚ ବଡ଼ ମେଡିକାଲ ରେ ମାଗଣା ରେ କଟାଯିବ ବୋଲି କହିଛନ୍ତି । ଏହି ଘଟଣା ଗଣ ମାଧ୍ୟମରୁ ଶୁଣି ଓଡ଼ିଶାର ମାନ୍ୟବର ମୁଖମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଏହିଘଟଣା ରେ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ସମସ୍ତ ମୃତକ ଙ୍କ ପରିବାର କୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏପଟେ ଗଞ୍ଜାମ ଆରଟିଓ ଘଟଣଦୁର୍ଘଟଣା ସ୍ଥଳ ଓ କୋଦଳା ମେଡିକାଲ କୁ ଯାଇ ତଦନ୍ତ କରି ଫେରିଛନ୍ତି ।

ତେବେ ଅଟୋରେ କିପରି ୧୨ ଜଣ ଧରି ଡ୍ରାଇଭର ଯାଉଥିଲା ତାଉପରେ ମଧ୍ୟ ତଦନ୍ତ କରାଯିବ ବୋଲି ଆରଟିଓ କହିଛନ୍ତି । ତେବେ ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି ଯେ ଯେ କୌଣସି ଦୁର୍ଘଟଣା ଘଟିଲେ ସମସ୍ତ ଙ୍କ ଚେତା ପସୁଛି ଓ ତଦନ୍ତ ହେଉଛି । କିନ୍ତୁ ତାପୂର୍ବରୁ କାହିଁକି ନିୟମ ରେ କଠୋର କାର୍ଯ୍ୟାନୁଷ୍ଠାନ ଆରଟିଓ ନେଉ ନାହାନ୍ତି ବୋଲି ସବୁଠାରେ ଚର୍ଚ୍ଚା ହେଉଛି । ଏପଟେ ମୃତକ ଙ୍କ ପରିବାର ଙ୍କୁ ଛତ୍ରପୁର ଉପଜିଲ୍ଲାପାଳସୁଭାଶିଷ ବରାଳ ଓ ପୁରୁଷୋତ୍ତମପୁର ଏସଡ଼ି ପିଓ ସୁଜିତ ନାୟକ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଓ ଆଇ ଆଇ ସି କୂଳମଣି ସେଠୀ, ଓ ଦୁଇ ଅତିରିକ୍ତ ତହସିଲଦାର ଏବଂ ଆରାଇ ଙ୍କ ଉପସ୍ଥିତି ରେ 30 ହଜାର ଟଙ୍କା ପ୍ରଦାନ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments