ସୁବର୍ଣ୍ଣପୁର, (୧୪/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT) ଅଧୀନରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (College of Fisheries) ଖୋଲିବାକୁ ଆନୁଷ୍ଠାନିକ ଭାବେ ଅନୁମୋଦନ ମିଳିଛି ।
ଏ ନେଇ ଓଡିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT) ର ରେଜିଷ୍ଟ୍ରାର ଙ୍କ ପତ୍ର ସଂଖ୍ୟା ୧୨୮୪୩/ ତା ୦୭.୦୮.୨୦୨୬ ରିଖ ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୬-୨୭ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟ କାର୍ଯ୍ୟକ୍ଷମ ହେବା ଦ୍ୱାରା ଏହି ଜିଲ୍ଲା ସମେତ ଅନ୍ୟ ଜିଲ୍ଲାର ଛାତ୍ରଛାତ୍ରୀମାନେ ମତ୍ସ୍ୟ ବିଜ୍ଞାନ ଓ ମତ୍ସ୍ୟଚାଷ ସମ୍ପର୍କିତ ଉଚ୍ଚଶିକ୍ଷାର ନୂତନ ସୁଯୋଗ ପାଇପାରିବେ । ଏହା କେବଳଏହି ଜିଲ୍ଲା ପାଇଁ ନୁହେଁ, ଆମ ଅଞ୍ଚଳର ଯୁବପିଢ଼ି, ମତ୍ସ୍ୟଚାଷୀ ଓ ମତ୍ସ୍ୟ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଏକ ବଡ଼ ଉପଲବ୍ଧି । ଏହା ଦ୍ୱାରା ଶିକ୍ଷା, ଗବେଷଣା, ରୋଜଗାର ଓ ମତ୍ସ୍ୟଚାଷର ଆଧୁନିକୀକରଣକୁ ନୂତନ ଗତି ମିଳିବ ବୋଲି ଆଶା କରାଯାଏ । ଏହି ଐତିହାସିକ ପଦକ୍ଷେପ ପାଇଁ ଓଡ଼ିଶା ସରକାର, OUAT ଏବଂ ସମସ୍ତ ସମ୍ପୃକ୍ତ ବିଭାଗକୁ ଜିଲ୍ଲା ବାସୀ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଏହି ଜିଲ୍ଲାର ବିକାଶର ଯାତ୍ରା ଆହୁରି ଗତିଶୀଳ ଓ ଦୃଢ ହେବ ବୋଲି ଆଶା କରାଯାଏ ।

