ସୁବର୍ଣ୍ଣପୁର,(୧୧/୦୮): ବର୍ତ୍ତମାନ ଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗି ଥିବା ସମୟରେ ସୋନପୁର ଠାରେ ମଧ୍ୟ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି l ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପରିସରରେ ସମିତି ସଭାପତି ପ୍ରକାଶ ଚନ୍ଦ୍ର ଵେବର୍ତ୍ତାଙ୍କ ଅଧ୍ୟକ୍ଷତା ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l
ଏହି ବୈଠକ ରେ ସମିତି ର ଉପଦେଷ୍ଟା ଜ୍ୟୋତି ରଞ୍ଜନ ବହିଦାର, ସମ୍ପାଦକ ଦେବ କିଶୋର ଦାନୀ, କୋଷାଧକ୍ଷ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ଭାରତ ବର୍ଷ ରେ ଚାଲିଥିବା ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଏବେ ସାଧାରଣ ବର୍ଗ ଲୋକ ନିଜ ଦକ୍ଷତା ଥାଇ ମଧ୍ୟ ପାଠ ପଢ଼ିବା, ଚାକିରୀ, ପଦୋନ୍ନତି, ସରକାରୀ ସାହାଯ୍ୟ ସହିତ ଅନେକ କ୍ଷେତ୍ରରେ ବଂଚିତ ହେଉଥିବା ମତବ୍ୟକ୍ତ କରିଥିଲେ l ଏହା ସହିତ ଆଇନଜୀବୀ ତାପସ ମହାନ୍ତି, ଯୁବ ସଂଗଠକ ନିଶାନ୍ତ କୁମାର ମହାନ୍ତି, ଅବକାଶ ବିଦ୍ୟାଧର, ପ୍ରଭାତ କିଶୋର ଦାନୀ ଓ ବରିଷ୍ଠ ସଭ୍ୟ ହରି ଶଙ୍କର ପଟ୍ଟନାୟକ, ପ୍ରଦୀପ ବିଦ୍ୟାଧର, ଅମୁଲ୍ୟ ବିଦ୍ୟାଧର ପ୍ରମୁଖ ଯୋଗ ଦେଇ ଏହି ସଂରକ୍ଷଣ ବ୍ୟବସ୍ଥା ହଟାଓ ଅଭିଯାନ କୁ ଯୋରଦାର କରିବାକୁ ଆହ୍ୱାନ ଦେଇଥିଲେ l ଏହି ଅଭିଯାନ କୁ ପ୍ରଥମେ ପଶ୍ଚିମ ଓଡିଶା ର ସମସ୍ତ ଜିଲ୍ଲାର କରଣ ସମାଜ କୁ ସାମିଲ କରାଯାଇ ଆଗାମୀ ଦିନରେ ଏହି ଅଭିଯାନ କୁ ବ୍ୟାପକ କରାଯିବାକୁ ଉକ୍ତ ବୈଠକ ରେ ସ୍ଥିର କରାଯାଇଛି l ଏହି ଅଭିଯାନ କୁ କରଣ ସମାଜ ର ଅନେକ ସଭ୍ୟ ସ୍ୱାଗତ କରିଥିଲେ l ଶେଷରେ ସମାଜର ବରିଷ୍ଠ ସଭ୍ୟ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

