Homelocalଆଜି ବସ୍ ଚଳାଚଳ ଠପ୍, କୌଣସି ସ୍ଥାନକୁ ଗଡ଼ିବନି ବସ୍

ଆଜି ବସ୍ ଚଳାଚଳ ଠପ୍, କୌଣସି ସ୍ଥାନକୁ ଗଡ଼ିବନି ବସ୍

ଉଦଳା, (୧୨/୦୭) : ଆପ୍ର : ଆଜି ଉଦଳାରେ ବସ୍ ଚଳାଚଳ ଠପ୍ । କୌଣସି ସ୍ଥାନକୁ ଗଡ଼ିବନି ବସ୍ । କଣ୍ଡକ୍ଟରଙ୍କୁ ଯୁବକଙ୍କ ନିର୍ଘାତ ମାଡ଼ ଘଟଣାରେ ବସ ମାଲିକ ସଂଘ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମାଡ଼ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଦଳା ବସଷ୍ଟାଣ୍ଡରୁ କୌଣସି ବସ୍ ଗଡ଼ିବ ନାହିଁ ବୋଲି କହିଛି ଉଦଳା ମୋଟର କର୍ମଚାରୀ ସଂଘ । ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଏଭଳି ଆକ୍ରମଣ ହୋଇଥିଲେ ସୁଦ୍ଧା ପୋଲିସ କଣ ପାଇଁ ସେମାନଙ୍କୁ ଗିରଫ କରୁ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଛି ।

କଣ୍ଡକ୍ଟରଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଆଜି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ଉଦଳା ବସ୍ ଚଳାଚଳ । ଉଦଳା ବସଷ୍ଟାଣ୍ଡରୁ କୌଣସି ବସ୍ ଜିଲ୍ଲା କିମ୍ବା ରାଜ୍ୟର ଅନ୍ୟ କୌଣସି ସ୍ଥାନକୁ ଯାଇନାହିଁ । ଉଦଳା ବସ ମାଲିକ ସଂଘ ଓ ଉଦଳା ମୋଟର କର୍ମଚାରୀ ସଂଘର ମିଳିତ ଆହ୍ୱାନରେ ଏହି ଧର୍ମଘଟ ଡାକରା ଦିଆଯାଇଛି । ଗତକାଲି ଜଣେ ବସ୍ କଣ୍ଡକ୍ଟରଙ୍କୁ କିଛି ଯୁବକ ସର୍ବସମ୍ମୁଖରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଘଟଣାର ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ମୋଟର କର୍ମଚାରୀ ସଂଘ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments