Homebreaking newsମୋବାଇଲ ଛଡ଼ାଇ ନେବାରୁ କୀଟନାଶକ ପିଇଲା ନାବାଳିକା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ମୋବାଇଲ ଛଡ଼ାଇ ନେବାରୁ କୀଟନାଶକ ପିଇଲା ନାବାଳିକା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଖୁଣ୍ଟା//ନୀଳଗିରି, (୦୩/୦୭) : ଆପ୍ର :ମୋବାଇଲ ଫୋନକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲାର ରାଜ ବରହମପୁର ଥାନା ଅନ୍ତର୍ଗତ ଗଗପାଳ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି ।

ପରିବାର ଲୋକେ ମୋବାଇଲ ଛଡ଼ାଇ ନେବା ପରେ ଜଣେ ୧୫ ବର୍ଷୀୟା ନାବାଳିକା କୀଟନାଶକ ପିଇ ଦେଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ନାବାଳିକା ହେଲେ ଗଗପାଳ ଗ୍ରାମର ଦୁର୍ଗା ନାଏକଙ୍କ ଝିଅ ରୁନୁ ନାଏକ (୧୫)। ସୂଚନା ଅନୁସାରେ, ଗୁରୁବାର ସକାଳେ ରୁନୁ ଘରେ ବସି ମୋବାଇଲ ବ୍ୟବହାର କରୁଥିଲେ । ଏହି ସମୟରେ ତାଙ୍କ ମା’ ଓ ମାମୁଁ ମୋବାଇଲଟି ନେବାକୁ ଚେଷ୍ଟା କରିଥିଲେ । ରୁନୁ ବାରମ୍ବାର ମୋବାଇଲ ବ୍ୟବହାର କରୁଥିବାରୁ ତାଙ୍କ ବାପା ମାମୁଁଙ୍କୁ ମୋବାଇଲ ନେଇଯିବାକୁ କହିଥିଲେ । ତେବେ ରୁନୁ ମୋବାଇଲ ନଦେବାରୁ ପରିବାର ଲୋକେ ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ଏଥିରେ ରାଗିଯାଇ ରୁନୁ ବିଷ ପିଇଦେବେ ବୋଲି କହିବା ସହ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ । ପରେ ଘରେ ଥିବା କୀଟନାଶକ ପିଇ ଦେଇଥିଲେ ।

ଘଟଣା ଜାଣିବା ପରେ ପରିବାର ଲୋକେ କବାଟ ଭାଙ୍ଗି ରୁନୁଙ୍କୁ ଉଦଳା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ରାଜ ବରହମପୁର ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର ପ୍ରକୃତ କାରଣ ଓ ସମସ୍ତ ପରିସ୍ଥିତିକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments