Homelocalପୋଖରୀରେ ବୁଡ଼ି ମହିଳା ମୃତ୍ୟୁ, ପାଣିରୁ ଉଦ୍ଧାର କଲା ଦମକଳବାହିନୀ

ପୋଖରୀରେ ବୁଡ଼ି ମହିଳା ମୃତ୍ୟୁ, ପାଣିରୁ ଉଦ୍ଧାର କଲା ଦମକଳବାହିନୀ

କୁଚିଣ୍ଡା, (୧୨/୦୭) : ଆପ୍ର : ପୋଖରୀରେ ବୁଡ଼ି ମହିଳା ମୃତ୍ୟୁ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ସୁଦବଲଣ୍ଡା କଲୋନୀପଡ଼ା ଭକୁଆକଟାରେ ଘଟିଛି ଏକ ଦୁଃଖଦ ଘଟଣା ।

ଦୁଇ ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ଜଣେ ମହିଳା ପୋଖରୀ ରେ ବୁଡ଼ି ପ୍ରାଣ ହରାଇଛନ୍ତି । ତେବେ ସ୍ଥାନୀୟ ଯୁବକଙ୍କ ସାହସିକତା ଯୋଗୁଁ ଦୁଇ ଶିଶୁଙ୍କ ଜୀବନ ରକ୍ଷା ପାଇଛି । ସୁଦବଲଣ୍ଡା କଲୋନୀପଡ଼ାର ସୋମବାରୀ ମୁଣ୍ଡା ତାଙ୍କ ଦୁଇ ନାତୁଣୀ ବିଜିଲି ଓ ବର୍ଷାଙ୍କୁ ନେଇ ଭକୁଆକଟା ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ବେଳେ ଦୁଇ ଶିଶୁ ଗଭୀର ପାଣି ଆଡ଼କୁ ଚାଲିଯାଉଥିବା ଦେଖି ସୋମବାରୀ ସେମାନଙ୍କୁ ବଞ୍ଚାଇବା ପାଇଁ ପାଣିକୁ ପଶିଥିଲେ ।

ତେବେ ପାଣି ଭିତରେ ତାଙ୍କ ଗୋଡ଼ ଖସିଯିବାରୁ ସେ ନିଜେ ବୁଡ଼ିଯାଇଥିଲେ। ଏହି ସମୟରେ ସ୍ଥାନୀୟ ବାସିନ୍ଦା ପବିତ୍ର ମୁଣ୍ଡା ସାହସିକତାର ସହ ପାଣିକୁ ପଶି ଦୁଇ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଥିଲେ। କିନ୍ତୁ ସୋମବାରୀ ମୁଣ୍ଡାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଘଟଣା ପରେ ସ୍ଥାନୀୟ ଲୋକେ ଜମନକିରା ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ପରେ ଗ୍ରାମବାସୀ, ପୋଲିସ ଓ ଦମକଳ କର୍ମଚାରୀଙ୍କ ଉପସ୍ଥିତିରେ ବୃଦ୍ଧାଙ୍କ ମୃତଦେହକୁ ବନ୍ଧରୁ ଉଦ୍ଧାର କରାଯାଇଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments