ନୟାଗଡ, (୧୮/୦୮) : ଆପ୍ର : ରାସ୍ତାକଡ଼କୁ ଓଲଟିଲା ବସ୍ । ୨୦ରୁ ଅଧିକ ଯାତ୍ରୀ ଆହତ, ୩ ଗୁରୁତର। ନୟାଗଡ ଜିଲ୍ଲା ଇଟାମାଟି ଥାନା ବଡ଼ପଣ୍ଡୁସର ନିକଟ ବାଇପାସ୍ ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ବସ୍ ଟି ଦାରିଙ୍ଗବାଡ଼ିରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା । ଗାଡ଼ିରେ ମୋଟ ୩୫ରୁ ଅଧିକ ଯାତ୍ରୀ ଥିଲେ। ବାଇକ୍ ହେଡ଼ ଲାଇଟ ପଡିବାରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଡ୍ରାଇଭର । ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ୩ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ବସ୍ଟି ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଉଥିଲା । ଦୁର୍ଘଟଣା ସମୟରେ ବସ୍ରେ ୩୫ରୁ ଅଧିକ ଯାତ୍ରୀ ଥିଲେ । ବଡ଼ପଣ୍ଡୁସର ନିକଟ ବାଇପାସ୍ରେ ହଠାତ୍ ବସ୍ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଫଳରେ ବସ୍ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇ ବସ୍ ଭିତରେ ଫସି ରହିଥିଲେ ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଫସି ରହିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ପରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ଗୁରୁତର ଆହତ ୩ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତମାନଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି ।

