Homelocalଆଜିଠୁ ୭ ତାରିଖ ଯାଏଁ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ସତର୍କତା ଜାରି

ଆଜିଠୁ ୭ ତାରିଖ ଯାଏଁ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର, (୦୨/୦୮) : ଆପ୍ର : ଆଜିଠୁ ପୁଣି ବଢ଼ିବ ବର୍ଷା । ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିପାରେ ।

ଆଜି ଓ କାଲି ଦୁଇ ଦିନ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୨୧ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସହ ପ୍ରବଳ ବଜ୍ରପାତ ଓ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆଜି ଓ କାଲି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ୩ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜକୁ ସତର୍କତା ଜାରି କରାଯାଇଛି । ଅଗଷ୍ଟ ୪ ତାଖରରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ସେପଟେ ବନ୍ୟାରେ ବିଚ୍ଛିନ୍ନ ହୋଇଛି ଶହ ଶହ ଗାଁ । ବନ୍ୟା ପାଣି ଧୀରେ ଧୀରେ କମୁଥିଲେ ମଧ୍ୟ ଓଡ଼ିଶାର ଅନେକ ଅଞ୍ଚଳରେ ସ୍ଥିତି ଏବେ ବି ସ୍ୱାଭାବିକ ହୋଇନାହିଁ। ଶହ ଶହ ଗାଁ ଏବେ ବି ଜଳବନ୍ଦୀ । ବନ୍ୟାରେ ଅନେକ ରାସ୍ତା, କଲଭର୍ଟ ଓ ସେତୁ ଧୋଇଯାଇଛି । ଭଦ୍ରକର ଭଣ୍ଡାରିପୋଖରୀର ବୁଢ଼ାପଦା ସେତୁ ଭଳି ଅନେକ ସଂଯୋଗ ପଥ ବନ୍ଦ ହୋଇଯାଇଛି। ଅନେକ ଗାଁକୁ ଏବେ କେବଳ ଡଙ୍ଗା ମାଧ୍ୟମରେ ପହଞ୍ଚିବା ସମ୍ଭବ ହେଉଛି । ବାଲେଶ୍ୱର ଓ ଭଦ୍ରକ ଭଳି ଉପକୂଳ ଅଞ୍ଚଳରେ ପୂର୍ଣ୍ଣିମା ଜୁଆର ପ୍ରଭାବ ପଡ଼ିଛି । ନଦୀର ପାଣି ସମୁଦ୍ରକୁ ଧୀରେ ଧୀରେ ନିଷ୍କାସନ ହେଉଥିବାରୁ ସ୍ରୋତ ଅଧିକ ବିପଜ୍ଜନକ ହୋଇପଡ଼ିଛି ।

ଏଭଳି ସ୍ଥିତିରେ ମୋଟରଚାଳିତ ଡଙ୍ଗା ଚଳାଇବା ମଧ୍ୟ ଜୀବନ ପ୍ରତି ବିପଦପୂର୍ଣ୍ଣ । ପାଣି ତଳେ ପଡ଼ିଥିବା ଗଛ, ଭଗ୍ନାବଶେଷ ଓ ବିଦ୍ୟୁତ୍ ଖୁଣ୍ଟ ଉଦ୍ଧାର କାର୍ଯ୍ୟକୁ ବାଧା ଦେଉଛି । ଜଳମଗ୍ନ ଗାଁ ରାସ୍ତାରେ ଡଙ୍ଗା ଚଳାଚଳ କରିବା ମଧ୍ୟ ବଡ଼ ଚ୍ୟାଲେଞ୍ଜ । ଏକାସାଙ୍ଗରେ ଅନେକ ଜିଲ୍ଲା ପ୍ରଭାବିତ ହୋଇଛି । ୨୦ରୁ ଅଧିକ ଜିଲ୍ଲାରେ ବନ୍ୟା ପ୍ରଭାବ ପଡ଼ିଥିବାରୁ NDRF ଓ ODRAF ଟିମକୁ ଶହ ଶହ ପଞ୍ଚାୟତରେ ବିଭକ୍ତ ହୋଇ କାମ କରିବାକୁ ପଡ଼ୁଛି । ଖାଲି ସେତିକି ନୁହେଁ, ବନ୍ୟା ପାଣି କମିବା ପରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି। ଅନେକ ସ୍ଥାନରେ ଔଷଧର ଅଭାବ ରହିଛି । ବନ୍ୟା ପାଣି ସହ ସାପ ଭଳି ବିଷାକ୍ତ ପ୍ରାଣୀ ଘର ଭିତରକୁ ପଶୁଥିବାରୁ ଗ୍ରାମବାସୀ ଆତଙ୍କିତ ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments