Homebreaking newsପ୍ରେମିକାକୁ ହତ୍ୟା ଅଭିଯୋଗ, ପ୍ରେମିକ କୋର୍ଟଚାଲାଣ

ପ୍ରେମିକାକୁ ହତ୍ୟା ଅଭିଯୋଗ, ପ୍ରେମିକ କୋର୍ଟଚାଲାଣ

ସମ୍ବଲପୁର, (୧୮/୦୮) : ଆପ୍ର : ପ୍ରେମିକାକୁ ହତ୍ୟା ଅଭିଯୋଗ, ପ୍ରେମିକ କୋର୍ଟଚାଲାଣ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବୁନ୍ଦୁକାମାଲର ଅଭିଯୁକ୍ତ ପ୍ରେମିକ ଅନୁଜ ଲୁଗୁନ ଗିରଫ ।

ଗଡ଼ପୋଷ ଫାଣ୍ଡି ଦେଉରୀପଡ଼ାର ଲିଲିମା ଭେଙ୍ଗରାଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି । ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଲିଲିମାଙ୍କ ଝିଅ ସୁଜାତା ଓ ତାଙ୍କ ପ୍ରେମିକ ଅନୁଜ ଚାଲିଚାଲି ଅନୁଜଙ୍କ ଘରକୁ ଯାଇଥିଲେ । ଏହାର କିଛି ସମୟ ପରେ ସୁଜାତା ଜୀବନ ହାରିଥିବା ନେଇ ତାଙ୍କ ମା’ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ପ୍ରେମିକ ଅନୁଜ । ଖବର ପାଇ ଲିଲିମା ଘଟଣାସ୍ଥଳରେ ପହଞ୍ଚିବା ସହ ଝିଅ ମୁହଁରେ ଏକାଧିକ ଆଘାତ ଚିହ୍ନ ଓ ବେକରେ ଦାଗ ଥିବା ଦେଖିବାକୁ ପାଇଥିଲେ । ଏଣୁ ଝିଅକୁ ହତ୍ୟା କରାଯାଇଥିବା ନିଶ୍ଚିତ ହୋଇଥିଲେ ଲିଲିମା। ପରେ ଏ ସମ୍ପର୍କରେ ଲିଲିମା ଥାନାରେ ଅନୁଜ ନାଁରେ ହତ୍ୟା ଅଭିଯୋଗ କରିଥିଲେ । ଗୋବିନ୍ଦପୁର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ସୁଜାତାଙ୍କ ଶବ ସମେତ ଘଟଣାସ୍ଥଳରୁ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରିଥିଲା । ଲିଲିମାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭଯୁକ୍ତ ପ୍ରେମିକ ତଥା ଅନୁଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments