Homelocalଅଣ-ସଂରକ୍ଷିତ ବର୍ଗଙ୍କ ପାଇଁ ଏନ୍.ଏ.ସି. ଅଧ୍ୟକ୍ଷ ପଦ ସଂରକ୍ଷିତ ରହୁ ....ବୋରିଗୁମ୍ମା ବୁଦ୍ଧିଜୀବି

ଅଣ-ସଂରକ୍ଷିତ ବର୍ଗଙ୍କ ପାଇଁ ଏନ୍.ଏ.ସି. ଅଧ୍ୟକ୍ଷ ପଦ ସଂରକ୍ଷିତ ରହୁ ….ବୋରିଗୁମ୍ମା ବୁଦ୍ଧିଜୀବି

ବୋରିଗୁମ୍ମା, (୨୯/୦୭) : ଆପ୍ର : ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୂତନ ଭାବେ ନିର୍ବାଚିତ ହେବାକୁ ଯାଉଥିବା ବୋରିଗୁମ୍ମା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଣ ସଂରକ୍ଷିତ ବର୍ଗର ଭୋଟର ସଂଖ୍ୟା ସର୍ବାଧିକWhatsApp Image 2026 07 29 at 18.43.38

ପୂର୍ବରୁ ଏହା ପଞ୍ଚାୟତ ହିସାବ ରେ ଆଜି ଯାଏଁ କାର୍ଯ୍ୟ କରି ଆସୁଛି ଏବଂ ଦୀର୍ଘ ୨୫ ବର୍ଷ ଧରି ସାଧାରଣ ତଥା ଅସଂରକ୍ଷିତ ବର୍ଗ କୌଣସି ପ୍ରକାର ନିର୍ବାଚିତ ପଦବୀରେ ରହି ପାରୁ ନାହାନ୍ତି । ବୋରିଗୁମ୍ମାର ସର୍ବାଙ୍ଗୀନ ବିକାଶରେ ସାାଧାରଣ ତଥା ଅଣ ସଂରକ୍ଷିତ ବର୍ଗର ସ୍ଵର କ୍ରମଶଃ କ୍ଷୀଣ ତଥା ନଗଣ୍ୟ ହୋଇ ଚାଲିଛି । ସାଧାରଣ ତଥା ଅନ୍ୟାନ୍ୟ ଅଣ ସଂରକ୍ଷିତ ବର୍ଗର ଲୋକେ ବୋରିଗୁମ୍ମାରେ ଆଉ ରହିବା କଥା ନୁହେଁ ବୋଲି ମଧ୍ୟ ଅତ୍ୟନ୍ତ ମର୍ମାହତ ହୋଇ କେତେକ ବୁଦ୍ଧିଜୀବି ମତ ପ୍ରକାଶ କରିବା ଆରମ୍ଭ କରିଛନ୍ତି । ପ୍ରକୃତରେ ଦଳିତ ଅବହେଳିତ କଥା ଚିନ୍ତା କଲାବେଳେ ସାଧାରଣ ବର୍ଗର ଲୋକେ ବୋରିଗୁମ୍ମାରେ ଦିନକୁ ଦିନ ଅନଗ୍ରସର ବର୍ଗରେ ପରିଣତ ହେବା ଦେଖାଯାଉଛି, ଏପରିକି ଫୁଟ୍ ପାଥରେ ସାମୟିକ ଚାହା ଜଳଖିଆ ଷ୍ଟଲ ଦେଇ ଜୀବିକା ନିର୍ବାହ କରିବା ଦେଖା ଯାଉଛି ।

ରାଜନୀତିରେ ସର୍ବାଧିକ ଦକ୍ଷତା ତଥା ଆଗ୍ରହ ଥିଲେ ମଧ୍ୟ ସଂରକ୍ଷଣ କାରଣରୁ ପ୍ରତିଦ୍ୱନ୍ଦ୍ୱିତାରୁ ବଞ୍ଚିତ ରହୁଛନ୍ତି । ପ୍ରାୟ ୧୪୦୦୦ ଜନସଂଖ୍ୟା ବିଶିଷ୍ଟ ବୋରିଗୁମ୍ମା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ ସହ ୧୪ଟି ୱାର୍ଡରେ ବିଭକ୍ତ କରାଯାଇଛି । କିନ୍ତୁ ପ୍ରଥମ କରି ନବ ନିର୍ମିତ ଏନ୍.ଏ.ସି.ରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଅଧ୍ଯକ୍ଷ ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବୁଦ୍ଧିଜୀବି ଓ ଅଣ ସଂରକ୍ଷିତ ବର୍ଗଙ୍କୁ ହତାଶ ତଥା ମର୍ମାହତ କରିଛି ।ତେଣୁ ବୋରିଗୁମ୍ମାର ଏକ ବୁଦ୍ଧିଜୀବି ମଣ୍ଡଳୀ ଗତକାଲି ଏହି ପଦବୀକୁ ଅଣ ସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷିତ ରଖିବା ପାଇଁ ଜିଲ୍ଲାପାଳଙ୍କୁ ଏକ ପ୍ରସ୍ତାବ ତଥା ଅନୁରୋଧ ଲିଖିତ ଆକାରରେ ପ୍ରଦାନ କରିଛନ୍ତି , ଯାହାକୁ କି ଅତିରିକ୍ତ ଜିଲ୍ଲା ଦଣ୍ଡାଧିକାରୀ(ସାଧାରଣ) ଶ୍ରୀ ତପନ କୁମାର ନାଏକ ଗ୍ରହଣ କରିଛନ୍ତି ।

ଲିଖିତ ପ୍ରସ୍ତାବ ପ୍ରଦାନ ସମୟରେ ବୋରିଗୁମ୍ମା ପ୍ରେସ୍ କ୍ଲବ ସଭାପତି ବିଜୟ ନାରାୟଣ ସାହୁ,ରଞ୍ଜନ କୁମାର ମିଶ୍ର, କେ. ଗିରି ବାବୁ, ପି.ଅନନ୍ତ ରାଓ, ଗୋପାଳ ଡଙ୍ଗରୀ, ସୁଶୀଳ କୁମାର ଷଡ଼ଙ୍ଗୀ,ଓଡିଶା ସାମ୍ବାଦିକ ସଂଘ (oju) ର କୋରାପୁଟ ଜିଲ୍ଲା ସାଧାରଣ ସମ୍ପାଦକ ରବି ଶଙ୍କର ମହାପାତ୍ର, ଦୟାନିଧି ପଟ୍ଟନାୟକ, ମାନସ ହୋତା, କାଳୀ ପ୍ରସାଦ ପଣ୍ଡା,ଜି. ମୋହନ ଦୋରା, ପ୍ରତାପ କୁମାର(ବାପି) ହୋତା, ସୁକାନ୍ତ ମାଝି, ଜି. ମୋହନ ଦୋରା, ସୁଶାନ୍ତ ପଣ୍ଡା, ସିତୁ ଦଳେଇ, ସୀମାଞ୍ଚଳ ମହାରଣା, ସାକିଲ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments