Homelocalମା ତାରାତାରିଣୀଙ୍କ ଙ୍କୁ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ

ମା ତାରାତାରିଣୀଙ୍କ ଙ୍କୁ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ

ଗଞ୍ଜାମ, (୩୦/୦୭) : ଆପ୍ର : ଶୁଭଦ୍ରା କାର୍ଯ୍ୟକ୍ରମରେ ବ୍ରହ୍ମପୁର ନିକଟ ଗୋଳନ୍ଥରା ନିଷ୍ଟ କଲେଜ କୁ ଓଡିଶାର ମୁଖ୍ୟମନ୍ତ୍ରୀ ଆସିଥିଲା ବେଳେ ସେଠାରୁ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀଙ୍କ ପୀଠରେ ଦର୍ଶନ ପାଇଁ ପହଞ୍ଚିଥିଲେ ।WhatsApp Image 2026 07 29 at 18.43.10

ବେଢାରେ ମୁଖ୍ୟ ପୂଜକ ବାପୁଜୀ ରଣା ମନ୍ତ୍ରୀ ଓ ତାଙ୍କ ସହିତ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ମାଆଙ୍କ ପାଖରେ ବସାଇ ପୂଜାର୍ଚ୍ଚନା କରିଥିଲେ । ମାଆଙ୍କ ପୂଜା, ଆରାତ୍ରିକ ପରେ ପୁଷ୍ପାଞ୍ଜିଳି ଦେଈ ମାଆଙ୍କ ଆଶୀର୍ବାଦ ଗ୍ରହଣ କରି ବେଢ଼ା ପ୍ରଦକ୍ଷିଣ କରିଥିଲେ । ଏଠାରେ ଉପସ୍ଥିତ ଥିବା ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଗଞ୍ଜାମ ଆରକ୍ଷୀ ହରିଶ ବିଶି, ଛତ୍ରପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଏସ ଡିଓ ସୁରେଶ କୁମାର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପ ଗୁଛ ଉତ୍ତରୀୟ ଦେଈ ସ୍ୱାଗତ କରିଥିଲେ ।

ପୂଜକ ବାପୁଜୀ ରଣା, ପୁରୁଷୋତ୍ତମପୁର ଏସ ଡି ପିଓ ସୁଜିତ କୁମାର ନାୟକ, ତହସିଲଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା, ଏନଏସି କାର୍ଯ୍ୟ ନିର୍ବାହୀ ସଙ୍ଗୀତା ସେଠୀ, ଏଟିଓ କେ ଦେବାଶିଷ ମହାପାତ୍ର, ଆଇ ଆଇସି କୁଳମଣୀ ସେଠୀ, ଏସ ଆଇ ଦେବାଶିଷ ମିଶ୍ର,ଏବଂ ସୁଶାନ୍ତ ମିଶ୍ର ଓଷ୍ଟାଫ ଙ୍କ ସହ ମନ୍ଦିର ଉର୍ନୟନ ପରିଷଦ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ରାମପାଣିଗ୍ରାହୀ, ସିଡିପିଓ ଲଳିତା ମଲ୍ଲିକ, ଓ କିଛି ସୁପର ଭାଇଜର, କିଛି ସେବାୟତ ମନ୍ଦିର କର୍ମଚାରୀ, ତହସିଲ ଷ୍ଟାଫ,ସୁପର ଭାଇଜର, ରାଇପୁର ଆରାଇ ଭଗବାନ ବେହେରା, , ଉପସ୍ଥିତ ରହିଥିଲେ ।

ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲପାଳ ଏବଂ ପୂର୍ତ୍ତ ବିଭାଗ ଏକଜୁନ ମନ୍ଦିର ର ବାକିଥିବା କିଛି କାର୍ଯ୍ୟକ୍ରମ ବିଷୟରେ ତାର ନକ୍ସାକୁ ଦେଖାଇଥିଲେ । ଶକ୍ତିପୀଠର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଭାତୀ ପରିଡା । ମା’ଙ୍କ କୃପାରେ ଏହି ପବିତ୍ର ପୀଠର ବିକାଶ ଓ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ସୁନିଶ୍ଚିତ କରିବା ଦିଗରେ ଆମ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ସାମ୍ବାଦିକ ମାନଙ୍କ କିଛି ପ୍ରଶ୍ନ ର ଉତ୍ତର ରେ ସେ ଏହିପୀଠର ଉର୍ନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ୩୩ କୋଟି ଟଙ୍କା ପର୍ଯ୍ୟଟନ ବିଭାଗ କୁ ଆସିଛିସେଇ ଅର୍ଥରେ ଏହି ପୀଠର ବିକାଶ ହେବ । ସେମଧ୍ୟରେ ମନ୍ଦିର ଆଲୋକୀ କରଣ, ମୋବାଇଲ ଟାୱାର, ସହିତ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଈ ପାରିବ ବୋଲି ସେ ମତ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments