Homelocalସୁନ୍ଦରଗଡ଼ ପ୍ରଶାସନର ବଡ଼ ନିଷ୍ପତ୍ତି, ଲଗାଣ ବର୍ଷା ପାଇଁ ବନ୍ଦ ରହିବ ସ୍କୁଲ୍

ସୁନ୍ଦରଗଡ଼ ପ୍ରଶାସନର ବଡ଼ ନିଷ୍ପତ୍ତି, ଲଗାଣ ବର୍ଷା ପାଇଁ ବନ୍ଦ ରହିବ ସ୍କୁଲ୍

ସୁନ୍ଦରଗଡ଼, (୧୯/୦୮) : ଆପ୍ର : ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ନଜରରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବଡ଼ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ଆଜି, ଅର୍ଥାତ୍ ୧୯ ଅଗଷ୍ଟ ୨୦୨୬ରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମିବା ସହ ଯାତାୟାତରେ ସମସ୍ୟା ଏବଂ ଅନ୍ୟାନ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଏହି ଛୁଟି ଘୋଷଣା କରାଯାଇଛି । ତେଣୁ ପ୍ରଶାସନ ପକ୍ଷରୁ ଅଭିଭାବକମାନଙ୍କୁ ମଧ୍ୟ ଅନାବଶ୍ୟକ ଭାବେ ପିଲାମାନଙ୍କୁ ବାହାରକୁ ନପଠାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ନିର୍ଦ୍ଦେଶ ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ। ଏଥିସହ KVI, JNV, OAV ଓ EMRS ଭଳି ଶିକ୍ଷାନୁଷ୍ଠାନ ମଧ୍ୟ ଏହାର ଅନ୍ତର୍ଭୁକ୍ତ। ପ୍ରତିକୂଳ ପାଣିପାଗରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments