Homelocalସୁନ୍ଦରଗଡ଼ରେ ଏସ୍‌.ଆଇ.ଆର୍. ଉପରେ ସଚେତନତା ରଥର ଶୁଭାରମ୍ଭ

ସୁନ୍ଦରଗଡ଼ରେ ଏସ୍‌.ଆଇ.ଆର୍. ଉପରେ ସଚେତନତା ରଥର ଶୁଭାରମ୍ଭ

ସୁନ୍ଦରଗଡ଼, (୦୪/୦୬) : ଆପ୍ର : ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍.ଆଇ.ଆର୍. ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।

ଅତିରିକ୍ତ ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ ଏବଂ ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥଟି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଜନସାଧାରଣଙ୍କ ମଧ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ସଚେତନତା ସୃଷ୍ଟି କରିବ, ଯେପରିକି ଏକ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ଏବଂ ସମସ୍ତ ଯୋଗ୍ୟ ଭୋଟର ମାନେ ଯେପରି ତାଲିକାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ତାହା ସୁନିଶ୍ଚିତ କରିବା ଉପରେ ସଚେତନ କରାଇବ । ଏହି କାର୍ଯ୍ୟକ୍ରମ ଅବସରରେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ଶୁଲିଆ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ପ୍ରକାର ରଙ୍ଗୋଲି ମାଧ୍ୟମରେ ଏସ୍‌. ଆଇ. ଆର୍. ଉପରେ ଜନସଚେତନତା ସୃଷ୍ଟି କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments