ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା

Date:

Share post:

ନୂଆଦିଲ୍ଲୀ, (୧୭/୦୬) : ଆପ୍ର : କଫ୍ ସିରପ୍ କୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ନିୟମ । ଏବେ ଡାକ୍ତରୀ ପ୍ରେସକ୍ରିପସନ ବିନା ମେଡିକାଲ ଦୋକାନରେ ମିଳିବ ନାହିଁ କଫ୍ ସିରପ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଫ୍ ସିରପକୁ ‘ସିଡ୍ୟୁଲ୍ K’ ତାଲିକାରୁ ବାଦ୍ ଦେଇଛି । ଏହାର ଅର୍ଥ ହେଉଛି, ଏଣିକି କଫ୍ ସିରପ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବା ଅନୁମତି ପତ୍ର ବାଧ୍ୟତାମୂଳକ । ଏ ପର୍ଯ୍ୟନ୍ତ ଆମେ ଫାର୍ମାସିରୁ ବିନା ପ୍ରେସକ୍ରିପସନରେ କଫ୍ ସିରପ କିଣି ପାରୁଥିଲୁ । କେନ୍ଦ୍ର ସରକାର ଜୁନ୍ ୯, ୨୦୨୬ରୁ ନୂଆ ନିୟମ ଲାଗୁ ହୋଇଛି । ଆଗରୁ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା କଫ୍ ସିରପ କିଣି ହୋଇପାରୁଥିଲା । ମାତ୍ର ବର୍ତ୍ତମାନଠାରୁ କୋଡ଼ିନ୍ ଭଳି ଅଫିମ-ଆଧାରିତ ଔଷଧ ସମେତ ସମସ୍ତ କଫ୍ ସିରପ ପାଇଁ ଡାକ୍ତରୀ ପରାମର୍ଶ ଆବଶ୍ୟକ ।

ତେବେ କାଶ ପାଇଁ ବ୍ୟବହୃତ ଲଜେଞ୍ଜ୍, ବଟିକା କିମ୍ବା ଟାବଲେଟ୍ ଏହି ନିୟମରୁ ବାଦ୍ ପଡ଼ିଛନ୍ତି । ନୂଆ ପରିବର୍ତ୍ତନ ପରେ କଫ୍ ସିରପ୍ ବିକ୍ରି ଏବଂ ବିତରଣ କେବଳ ଲାଇସେନ୍ସ ପ୍ରାପ୍ତ ମେଡିକାଲ ଷ୍ଟୋର କିମ୍ବା ଫାର୍ମାସୀ ଜରିଆରେ କରାଯାଇପାରିବ । ଏହି ନିୟମ ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଅଧିନିୟମ ୧୯୪୦ ଅଧିନରେ ଲାଗୁ ହେବ । ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ବିଷାକ୍ତ କଫ୍ ସିରପ ସେବନ ଯୋଗୁଁ ୨୨ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଏବଂ ବିଦେଶରେ ଏଭଳି ବିଷାକ୍ତ ସିରପ ଯୋଗୁଁ ଶିଶୁ ମୃତ୍ୟୁର ଅନେକ ଘଟଣା ସାମ୍ନାକୁ ଆସିଛି । ଅନେକ ସିରପରେ ‘ଡେକ୍ସଟ୍ରୋମେଥୋର୍ଫାନ୍’ ଭଳି ଉପାଦାନ ଥାଏ, ଯାହା ଛୋଟ ଶିଶୁଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ । ପ୍ରେସକ୍ରିପସନ୍ ବାଧ୍ୟତାମୂଳକ ହେଲେ, ଡାକ୍ତରଙ୍କ ପରାମର୍ଶ ବିନା ଏଭଳି ଔଷଧ ଶିଶୁମାନଙ୍କୁ ଦିଆଯିବ ନାହିଁ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...