ହିନ୍ଦୋଳ, (୧୭/୦୬) : ଆପ୍ର : ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ । ମୃତକ ହିନ୍ଦୋଳ ବ୍ଲକ ବାଲିମି ଥାନା ରଞ୍ଜାଗୋଳ ଗ୍ରାମର ମନୀଷା ଦେହୁରୀ ଏବଂ ରଞ୍ଜୁ ଦେହୁରୀ ।
ଉଭୟେ ଭୋର ସମୟରେ ବାଡ଼ି ପଟକୁ ଯିବା ସମୟରେ ତଳେ ପଡ଼ିଥିବା ବିଦ୍ୟୁତ ତାର ଲାଗି ଯାଇ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ରାତିରେ କାଳବୈଶାଖୀ ରେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । ଫଳରେ ଏହି ଅଘଟଣ ଘଟିଥିଲା । ସୂଚାନୁଯାୟୀ, ରଞ୍ଜାଗୋଳ ଗାଁ’ରେ ବିଦ୍ୟୁତ ଆଘାତରେ ୨ ଯାଆ ମୃତ । ଗତ ରାତିରେ ହୋଇଥିବା କାଳବୈଶାଖୀରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା । ପ୍ରଥମେ ବିଦ୍ୟୁତ ତାରରେ ଲାଗିଯାଇଥିଲେ ବଡ଼ ଯାଆ । ବଡ଼ ଯାଆଙ୍କୁ ବଞ୍ଚାଇବାକୁ ଯାଇ ସାନ ଯାଆ ମଧ୍ୟ ତାରରେ ଲାଗିଯାଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ହିନ୍ଦୋଳ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ୨ ଯାଆ ମୃତ ଘୋଷଣା କରିଛନ୍ତି ।

